କଟକ(ଓଡ଼ିଶା ରିପୋର୍ଟର): କଟକରେ ବେଶ୍ କିଛି ଦିନ ହେଲା ଆତଙ୍କ ଖେଳାଇଥିବା ସାଇକୋ କିଲର୍କୁ ଶେଷରେ କମିଶନରେଟ୍ ପୁଲିସ୍ ଗିରଫ କରିବାରେ ସଫଳ ହୋଇଛି। କଟକ ଡିସିପି ଅଖିଳେଶ୍ୱର ସିଂହ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।
ଗିରଫ ସନ୍ଦିଗ୍ଧ ବ୍ୟକ୍ତିଙ୍କ ନାଁ ନାରାୟଣ ସାହୁ। ତାଙ୍କ ଘର ଗଞ୍ଜାମ ଅଞ୍ଚଳରେ।
ସୂଚନାଯୋଗ୍ୟ, ଜୁଲାଇ ୨୩ ତାରିଖରେ କଟକରେ ଦୁଇ ଜଣଙ୍କୁ ହତ୍ୟା କରାଯାଇଥିବା ବେଳେ ୨୪ ତାରିଖରେ ଆଉ ଜଣଙ୍କୁ ହତ୍ୟା କରାଯାଇଥିଲା। ଏହା କୌଣସି ସାଇକୋ କିଲରଙ୍କ କାଣ୍ଡ ହୋଇଥିବା ଆଶଙ୍କା କରି ପୁଲିସ୍ ସେ ଦିଗରେ ତଦନ୍ତ ଚଳାଇଥିଲା ଓ ଗତକାଲି ଏନେଇ ଏକ ବଡ଼ ସୁରାକ୍ ପାଇଥିଲା।
from Odisha Reporter https://ift.tt/2YythYQ
No comments:
Post a Comment