ଅନୁଗୋଳ(ବିରଜା ପ୍ରସାଦ ଦାଶ): ପରିବାର ସହ ଶୋଇଥିବା ଜଣେ ୮ ବର୍ଷୀୟା ନାବାଳିକାକୁ ଟେକି ନେଇ ଦୁଷ୍କର୍ମ କରିବା ପରି ଲଜ୍ଜାଜନକ ଘଟଣା ଅନୁଗୋଳରେ ଘଟିଛି । ପରିବାର ଲୋକେ ବହୁ ଖୋଜାଖୋଜି ପରେ ଅଳିଆ ଗଦାରୁ ଝିଅକୁ ଉଦ୍ଧାର କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ନାବାଳିକାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି।
ସୂଚନାଅନୁସାରେ, ମହାରାଷ୍ଟ୍ରରୁ ଏକ ଯାଯାବର ପରିବାର ଅନୁଗୋଳ ସହରକୁ କାମ ଧନ୍ଦା କରିବା ପାଇଁ ଆସି ଏଠାରେ ରହୁଥିଲେ। ଗତକାଲି ରାତିରେ ସେମାନେ ବସ୍ଷ୍ଟାଣ୍ଡ ନିକଟ ଏକ ଦୋକାନ ବରଣ୍ଡାରେ ଶୋଇଥିଲେ। ହେଲେ ବିଳମ୍ୱିତ ରାତିରେ କେହି ଦୁର୍ବୃତ୍ତ ନାବାଳିକାଙ୍କୁ ସେଠାରୁ ଉଠାଇ ନେଇ ଯାଇଥିଲେ।
ଏହାପରେ ସେ ନାବାଳିକାଙ୍କୁ ମାଡ଼ପିଟ କରିବା ସହ ଦୁଷ୍କର୍ମ କରିଥିଲେ। ନାବାଳିକା ଅଚେତ ହୋଇଯିବାରୁ ମରି ଯାଇଥିବା ଭାବି ପାଖ ଅଳିଆ ଗଦାରେ ଫୋପାଡ଼ି ଦେଇ ଫେରାର ହୋଇ ଯାଇଥିଲେ। ଆଜି ସକାଳେ ପରିବାର ଲୋକେ ଝିଅକୁ ଖୋଜାଖୋଜି କରିବାବେଳେ ଅଳିଆ ଗଦାରେ ପଡ଼ିଥିବା ଖବର ପାଇଥିଲେ। ପୁଲିସ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।
from Odisha Reporter https://ift.tt/2JIcWc7
No comments:
Post a Comment