ଡାକ୍ତର ଓ ସୁରକ୍ଷାକର୍ମୀଙ୍କୁ ମାଡ଼ ପ୍ରତିବାଦରେ ଧାରଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 20, 2019

ଡାକ୍ତର ଓ ସୁରକ୍ଷାକର୍ମୀଙ୍କୁ ମାଡ଼ ପ୍ରତିବାଦରେ ଧାରଣା

ଉଦଳା(ମାନସ ପାଣି):  ଦୁର୍ଘଟଣାରେ ଆହତ ହୋଇ ମୟୂରଭଞ୍ଜ ଜିଲ୍ଲା ଉଦଳା ଡାକ୍ତରଖାନାକୁ ଗତକାଲି ବିଳମ୍ବିତ ରାତିରେ ଚିକିତ୍ସିତ ହେବାକୁ ଯାଇଥିବା ୩ ଯୁବକ ସେଠାରେ ତୁମୁଳ କାଣ୍ଡ ଘଟାଇଥିଲେ। ଡାକ୍ତର ସେମାନଙ୍କ ନାଁ ପଚାରିବାରୁ ଉତ୍ତ୍ୟକ୍ତ ଯୁବକମାନେ ଡାକ୍ତର ଓ ସୁରକ୍ଷାକର୍ମୀଙ୍କୁ ମାଡ଼ ମାରିବା ସହ ମେଡିକାଲ ଆସବାବପତ୍ର ମଧ୍ୟ ଭଙ୍ଗାରୁଜା କରିଥିଲେ।

ଘଟଣା ପ୍ରତିବାଦରେ ଆଜି ଆଉଟଡୋର ଆଗରେ ଡାକ୍ତର ଓ ଡାକ୍ତରଖାନା କର୍ମଚାରୀ ଧାରଣା ଦେଇଛନ୍ତି। ଏଥିସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି। ଅନ୍ୟପକ୍ଷରେ ଧାରଣା ଯୋଗୁ ଆଉଟଡୋର ସଂପୂର୍ଣ୍ଣ ବନ୍ଦ ରହିଛି। ଫଳରେ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି।

ସୂଚନାଯୋଗ୍ୟ,ଗତକାଲି ବିଳମ୍ୱିତ ରାତିରେ ତିନି ଜଣ ଯୁବକ ଦୁର୍ଘଟଣାରେ ସାମାନ୍ୟ ଆହତ ହୋଇ  ଉଦଳା ଡାକ୍ତରଖାନାକୁ ଯାଇଥିଲେ।   ଚିକିତ୍ସା ପରେ ଡାକ୍ତର ନାଁ ପଚାରିବାରୁ ଉତ୍ତ୍ୟକ୍ତ ହୋଇ ସେମାନେ ଡାକ୍ତରଙ୍କୁ ମାଡ଼ ମାରିଥିଲେ। ନିକଟରେ ଥିବା ଦୁଇ ଜଣ ସୁରକ୍ଷାକର୍ମୀ ବି ଏଥିରୁ ବର୍ତ୍ତି ନଥିଲେ।  ଏହି ତିନି ଯୁବକ ମାଡ଼ ମାରିବା ସହ ଡାକ୍ତରଖାନାର ବିଭିନ୍ନ ଆସବାବପତ୍ର ଭାଙ୍ଗିଦେଇଥିବା ଡାକ୍ତର କହିଥିଲେ।

ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତମାନଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏହି ତିନି  ଯୁବକଙ୍କ ଘର ଉଦଳା ଅଞ୍ଚଳରେ ବୋଲି ଜଣାପଡ଼ିଛି।



from Odisha Reporter https://ift.tt/2YlmMbI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages