ମୁନିଗୁଡ଼ା(ଓଡ଼ିଶା ରିପୋର୍ଟର): ଲଗାଣ ବର୍ଷାରେ ବେହାଲ ହୋଇ ପଡ଼ିଛି ରାୟଗଡ଼ା ଜିଲ୍ଲା। ଡାଇକାଲୁ ଅମ୍ବଦଳାରେ ଟ୍ରାକ୍ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି। ଫଳରେ ରାୟଗଡ଼ା-ଟିଟିଲାଗଡ଼ ମଧ୍ୟରେ ଟ୍ରେନ୍ ସେବା ପ୍ରଭାବିତ ହୋଇଛି। ରାୟଗଡ଼ା ନିକଟ ଡାଇକାଲୁ ଅମ୍ବଦଳାରେ ଟ୍ରାକ୍ ଉପରେ ବନ୍ୟା ଜଳ ପ୍ରବାହିତ ହୋଇଥିବାରୁ ପ୍ରାୟ ୧୦୦ ମିଟର ଟ୍ରାକ୍ ଧୋଇ ହୋଇଯାଇଛି।
ଅମ୍ବଦଳା ଷ୍ଟେସନ ନିକଟରେ ଗୋଟିଏ ମାଲବାହୀ ଟ୍ରେନର ୩ଟି ବଗି ଲାଇନଚ୍ୟୁତ ହୋଇ ଥିବାବେଳେ ଅନ୍ୟ ୫୬ ବଗି ସୁରକ୍ଷିତ ଅଛି। ଟ୍ରାକ୍ରେ ପାଣି ଜମିଥିବାରୁ ୬ଟି ପାସେଞ୍ଜର ଟ୍ରେନ୍ ଓ ୨ଟି ଏକ୍ସପ୍ରେସ ଯାତ୍ରା ବାତିଲ କରାଯାଇଛି। ୫ଟି ଏକ୍ସପ୍ରେସ ଗତିପଥ ବଦଳାଇ ଗନ୍ତବ୍ୟ ସ୍ଥଳକୁ ଯାଉଛି। ଧୋଇ ଯାଇଥିବା ଟ୍ରାକ୍ ମରାମତି ପାଇଁ ରେଲୱେ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଆରମ୍ଭ ହୋଇଛି। ଏଥିପାଇଁ ରେଲୱେ ପକ୍ଷରୁ ୩ଟି ହେଲପ୍ ଲାଇନ ନମ୍ବର ଜାରି କରାଯାଇଛି।
ସମ୍ବଲପୁର ଷ୍ଟେସନ ପକ୍ଷରୁ 9437386759 ହେଲପ୍ ଲାଇନ୍ ନମ୍ବର ଜାରି କରାଯାଇଛି। ଟିଟିଲାଗଡ଼ର 8455892831/9437386693 ହେଲପ୍ ଲାଇନ୍ ନମ୍ବର ଜାରି କରାଯାଇଛି। ଟ୍ରାକ୍ ଧୋଇବା ନେଇ ସୂଚନା ଦେଇଥିବା କର୍ମଚାରୀଙ୍କୁ ୫ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବ ବୋଲି ରେଲୱେ ପକ୍ଷରୁ ଘୋଷଣା କରାଯାଇଛି।
from Odisha Reporter https://ift.tt/2KjcQaS
No comments:
Post a Comment