ଗୁଣୁପୁର(ଇନ୍ଦ୍ରଜିତ୍ ପଣ୍ଡା): ଲଗାଣ ବର୍ଷା ଯୋଗୁ ରାୟଗଡ଼ା ଜିଲ୍ଲାର ଗୁଡାରୀ ସହର ଜଳବନ୍ଦୀ ହୋଇ ପଡ଼ିଛି। ଜଳ ନିଷ୍କାସିତ ହୋଇ ନ ପାରି ଅନେକ ସ୍ଥାନରେ ପାଣି ଜମି ରହିଛି।
ବଂଶଧାରା ନଦୀର ଜଳସ୍ତର ମଧ୍ୟ ବଢିବାରେ ଲାଗିଛି। ଗୁଣପୁର ନିକଟରେ ବଂଶଧାରା ନଦୀର ବିପଦ ସଙ୍କେତ ୮୩ ମିଟର ଥିବା ବେଳେ ଏବେ ଜଳସ୍ତର ୮୪.୪୫ ମିଟରରେ ପହଞ୍ଚିଛି। ଫଳରେ ଲୋକମାନେ ଆତଙ୍କିତ ହୋଇପଡ଼ିଛନ୍ତି। ବନ୍ୟା ପରିସ୍ଥିତି ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କ ଦୃଷ୍ଟି ରଖାଯାଇଛି।
from Odisha Reporter https://ift.tt/2Ywesqu
No comments:
Post a Comment