‘ଅର୍ଗାନ୍ ସିକ୍ୟୋର’ ଆପ୍ସ ତିଆରି କରି ମାଇକ୍ରୋସଫ୍ଟ ପୁରସ୍କାର ଜିତିଲେ ଓଡ଼ିଆ ପୁଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 2, 2019

‘ଅର୍ଗାନ୍ ସିକ୍ୟୋର’ ଆପ୍ସ ତିଆରି କରି ମାଇକ୍ରୋସଫ୍ଟ ପୁରସ୍କାର ଜିତିଲେ ଓଡ଼ିଆ ପୁଅ

ବେଙ୍ଗାଲୁରୁ: ଲୋକମାନେ ଅର୍ଗାନ ଡୋନେସନ ବା ଅଙ୍ଗଦାନ ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି ସତ କିନ୍ତୁ ଠିକଣା ସମୟରେ ଅଙ୍ଗପ୍ରତ୍ୟଙ୍ଗ ଲୋଡୁଥିବା ବ୍ୟକ୍ତିଙ୍କୁ ଏହା ମିଳିପାରୁ ନାହିଁ। ଓ୍ୱେବ୍ ସିରିଜରେ ଏଭଳି କିଛି ସମସ୍ୟା ବାବଦରେ ଦେଖିଥିଲେ ଓଡ଼ିଆ ପୁଅ ପ୍ରତୀକ ମହାପାତ୍ର। ଏହାପରେ ଇଣ୍ଟରନେଟରେ ଅଧିକ ଗବେଷଣା କରି ସେ ଏକ ଆପ୍ସ ତିଆରି କରିଛନ୍ତି, ଯାହା ଅଙ୍ଗଦାନ କରୁଥିବା ଲୋକ ଏବଂ ଅଙ୍ଗପ୍ରତ୍ୟଙ୍ଗ ଆବଶ୍ୟକ କରୁଥିବା ଲୋକଙ୍କୁ ଗୋଟିଏ ପ୍ଲାଟଫର୍ମରେ ଏକାଠି କରାଇବ।

ପ୍ରତୀକ ଏହି ଆପ୍ସ ତିଆରି କରି ମାଇକ୍ରୋସଫ୍‌ଟର ଗୁଡ ଆଇଡିଆ ଚ୍ୟାଲେଞ୍ଜ ୨୦୧୯ ପୁରସ୍କାର ଜିତିଛନ୍ତି। ଏଥିପାଇଁ ମାଇକ୍ରୋସଫ୍ଟ ତରଫରୁ ସେ ଏକ୍ସବକ୍ସ ଓ୍ୱାନ୍ ଏକ୍ସ କନସୋଲ ଏବଂ ଏନଭିଡିଆ ଗ୍ରାଫିକ୍ସ ପ୍ରୋସେସିଙ୍ଗ ୟୁନିଟ୍ ସହ ୨, ୫୦୦ ଡଲାର (୫୦ରୁ ୬୦ ହଜାର) ଅର୍ଥରାଶି ପୁରସ୍କାର ସ୍ଵରୂପ ପାଇଛନ୍ତି। ଆଗକୁ ଲୋକଙ୍କ କାମରେ ଆସିବା ଭଳି ଆପ ତିଆରି କରିବାର ଯୋଜନା ରହିଛି ବୋଲି ସେ ‘ଓଟିଭି’କୁ କହିଛନ୍ତି।
୨୧ ବର୍ଷୀୟ ପ୍ରତୀକ ହେଉଛନ୍ତି ବେଙ୍ଗାଲୁରୁରେ ଆରଭି କଲେଜ୍ ଅଫ୍ ଇଞ୍ଜିନିୟରିଂ କଲେଜରେ କମ୍ପ୍ୟୁଟର ସାଇନ୍ସ ବିଭାଗର ଶେଷ ବର୍ଷର ଛାତ୍ର। ‘ଅର୍ଗାନ ସିକ୍ୟୋର’ ଆପ୍‌କୁ ପ୍ରଥମେ କର୍ଣ୍ଣାଟକାରେ ରିଲିଜ କରିବାକୁ ଲକ୍ଷ୍ୟ ରଖିଛନ୍ତି ପ୍ରତୀକ। ପରେ ସେ ଏହାକୁ ଆମେରିକା, ଚାଇନା, ସାଉଥ କୋରିଆ ଓ କାନାଡାରେ ରିଲିଜ କରିବାକୁ ଯୋଜନା କରିଛନ୍ତି।


from Odisha Reporter https://ift.tt/2ODk7qu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages