କୋଇଲା ସଙ୍କଟ ; ବନ୍ଦ ହେଲାଣି ଏନ୍‌ଟିପିସିର ୪ ୟୁନିଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 2, 2019

କୋଇଲା ସଙ୍କଟ ; ବନ୍ଦ ହେଲାଣି ଏନ୍‌ଟିପିସିର ୪ ୟୁନିଟ୍‌

ଅନୁଗୋଳ(ବିରଜା ପ୍ରସାଦ ଦାଶ): ଅନୁଗୋଳ ଜିଲ୍ଲା ତାଳଚେର କଣିହାଁସ୍ଥିତ ଏନ୍‌ଟିପିସିରେ ବିଦ୍ୟୁତ୍ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି। କୋଇଲା ନ ଥିବାରୁ ତାପଜ ବିଦ୍ୟୁତ୍ କେନ୍ଦ୍ରର ୬ ୟୁନିଟ୍‌ରୁ ୪ ୟୁନିଟ ବନ୍ଦ ହୋଇଯାଇଛି। ଏଥିଯୋଗୁ ବିଦ୍ୟୁତ୍ ଉତ୍ପାଦନ ହ୍ରାସ ପାଇଛି।

ପ୍ଲାଣ୍ଟର ସମସ୍ତ ୟୁନିଟ କାର୍ଯ୍ୟକ୍ଷମ କରିବାକୁ ଦୈନିକ ୫୦ ହଜାର ଟନ୍ କୋଇଲା ଆବଶ୍ୟକ ଥିବା ବେଳେ ଷ୍ଟକୟାର୍ଡରେ ମାତ୍ର ୪ ହଜାର ମେଟ୍ରିକ ଟନ୍ କୋଇଲା ରହିଛି। ତେବେ ବିଭିନ୍ନ ସ୍ଥାନରୁ ୧୫ ହଜାର ମେଟ୍ରିକ ଟନ୍ କୋଇଲା ଆଣି କାମ ଚଳାଯାଉଛି। ଫଳରେ କୋଇଲା ସଙ୍କଟକୁ ନଜରରେ ରଖି ୪ଟି ୟୁନିଟକୁ ବନ୍ଦ କରାଯାଇଛି।

ଜୁଲାଇ ୨୩ ତାରିଖରେ ଭରତପୁର କୋଇଲା ଖଣିରେ ରାତି ପ୍ରାୟ ସାଢ଼େ ୧୦ଟାରେ ସିଫ୍ଟ ବଦଳ ସମୟରେ ହଠାତ୍  ବ୍ଲାଷ୍ଟିଂ ହୋଇଥିଲା। ଏଥି ଯୋଗୁ ଆଖି ପିଛୁଳାକେ ଧସି ପଡିଥିଲା ପାହାଡ଼ ସଦୃଶ ମାଟି। ପ୍ରାୟ ଅଧା କିଲୋମିଟର ପର୍ଯ୍ୟନ୍ତ ମାଟି ଧସି ଥିଲା। ଏଥିରେ ୧୩ରୁ ଅଧିକ ଶ୍ରମିକ ଚାପି ହୋଇ ଯାଇଥିଲେ। ସଙ୍ଗେ ସଙ୍ଗେ ୯ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇପାରିଥିଲା ଓ ଅନ୍ୟ ୪ ଜଣ ନିଖୋଜ ଥିଲେ। ପରେ ତିନି ଜଣଙ୍କର ମୃତ ଦେହ ଉଦ୍ଧାର କରାଯାଇଥିବା ଜଣଙ୍କ ଶରୀରର ଖଣ୍ଡବିଖଣ୍ଡିତ ଅଂଶ ମିଳିଥିଲା।

ଏଥିରେ ପ୍ରାଣ ହରାଇଥିବା ଶ୍ରମିକଙ୍କ ପରିବାରକୁ ୩ କୋଟି ଟଙ୍କାର କ୍ଷତିପୂରଣ, ଜଣଙ୍କୁ ଚାକିରି ଦାବି ଦାବିରେ ବିଭିନ୍ନ ଖଣି ଆଗରେ ୩୧ ତାରିଖରୁ ଶ୍ରମିକମାନେ ଆନ୍ଦୋଳନ କରି ଆସୁଛନ୍ତି। ଫଳରେ କୋଇଲା ଉତ୍ତୋଳନ ଓ ଉତ୍ପାଦନ ବନ୍ଦ ରହିଛି। କୋଇଲା ଉତ୍ପାଦନ ହେଉନଥିବାରୁ ତାପଜ ବିଦ୍ୟୁତ କେନ୍ଦ୍ରରେ କୋଇଲା ସଙ୍କଟ ଦେଖାଦେଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରିଥିଲେ।



from Odisha Reporter https://ift.tt/2LXqbI7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages