ଆଜିଠାରୁ ଏକ ଟଙ୍କାରେ ମିଳିବ ସାନିଟାରୀ ନାପକିନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 26, 2019

ଆଜିଠାରୁ ଏକ ଟଙ୍କାରେ ମିଳିବ ସାନିଟାରୀ ନାପକିନ୍

ନୂଆଦିଲ୍ଲୀ: ମହିଳା ଓ ଯୁବତୀଙ୍କ ପାଇଁ ଖୁସି ଖବର। ଏଣିକି ସେମାନଙ୍କୁ ୧ ଟଙ୍କାରେ ସାନିଟାରୀ ନାପକିନ୍ ଯୋଗାଇ ଦେବେ କେନ୍ଦ୍ର ସରକାର। ପ୍ରତି ଜନ ଔଷଧି କେନ୍ଦ୍ରରୁ ମହିଳା, ଯୁବତୀ ଓ ଛାତ୍ରୀମାନେ ଏହାକୁ କିଣି ପାରିବେ। କେନ୍ଦ୍ର ରସାୟନ ଓ ସାର ରାଷ୍ଟ୍ରମନ୍ତ୍ରୀ ମନସୁଖ୍ ମାଣ୍ଡଭିୟା ଏହି ସୂଚନା ଦେଇଛନ୍ତି।

ବର୍ତ୍ତମାନ ଜନ ଔଷଧୀ କେନ୍ଦ୍ରରେ ଏହି ସାନିଟାରୀ ନାପକିନ୍ ଦୁଇ ଟଙ୍କା ୫୦ ପଇସାରେ ବିକ୍ରି ହେଉଥିବା ବେଳେ ଆଜିଠାରୁ ଏହା ଏକ ଟଙ୍କାରେ ବିକ୍ରି ହେବ। ୪ଟି ପ୍ୟାଡ୍ ବିଶିଷ୍ଟ ଗୋଟିଏ ପ୍ୟାକେଟ୍‌  ୧୦ ଟଙ୍କାରେ ବିକ୍ରି ହେଉଥିଲା। ହେଲେ ଏବେ ଏହା   ମାତ୍ର ୪ ଟଙ୍କାରେ ଉବଲବ୍ଧ ହେବ ବୋଲି ମଣ୍ଡଭିୟା କହିଛନ୍ତି। ଦେଶର ବିଭିନ୍ନ ରାଜ୍ୟରେ ଥିବା ପ୍ରାୟ ୫ ହଜାର ୫୦୦ ଜନଔଷଧୀ କେନ୍ଦ୍ରରେ ଏହି ସୁବିଧା ମିଳି ପାରିବ।



from Odisha Reporter https://ift.tt/2U3SrtO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages