କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ୍ ଥାନା ଅନ୍ତର୍ଗତ ଲକ୍ଷ୍ମୀନାରାୟଣପୁର-ନୂଆହାଟଠାରେ ଗୁଳି ଫୁଟିଛି। ଏଥିରେ ଜଣେ ଯୁବକ ଆହତ ହୋଇଛନ୍ତି। ତାଙ୍କ ନାଁ ଜଗନ୍ନାଥ ବେହେରା। ଜଗନ୍ନାଥଙ୍କ ବାମଗୋଡର ଆଣ୍ଠୁ ଉପରକୁ ଗୁଳି ବାଜିଛି।
ଗତକାଲି ରାତି ପ୍ରାୟ ୧୦ଟା ବେଳେ ଜଗନ୍ନାଥ ଲକ୍ଷ୍ମୀନାରାୟଣପୁର-ନୂଆହାଟଠାରେ ଥିବା ରାସ୍ତା କଡ଼ରେ ଠିଆ ହୋଇ ମୋବାଇଲ୍ରେ କଥା ହେଉଥିଲେ। ଏହି ସମୟରେ ତିନି ଜଣ ଦୁର୍ବୃତ୍ତ ଏକ କଳା ପଲସରରେ ଆସି ତାଙ୍କ ମୋବାଇଲ୍ ଛଡ଼ାଇ ନେଇଥିଲେ। ଏହାପରେ ସେ ଦୁର୍ବୃତ୍ତଙ୍କ ପଛରେ ଦୌଡ଼ିବାକୁ ଲାଗିଲେ। ଏହାଦେଖି ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣେ ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଗୁଳିଟି ଜଗନ୍ନାଥଙ୍କ ବାମ ଗୋଡ଼ର ଆଣ୍ଠୁ ଉପରକୁ ବାଜିଥିଲା। ତାଙ୍କୁ ସଙ୍ଗେସଙ୍ଗେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
from Odisha Reporter https://ift.tt/2ZvnKPa
No comments:
Post a Comment