ଘରକୁ ପ୍ଲାଷ୍ଟିକ୍‌ ମୁକ୍ତ କରିବେ କେମିତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 14, 2019

ଘରକୁ ପ୍ଲାଷ୍ଟିକ୍‌ ମୁକ୍ତ କରିବେ କେମିତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ଲାଷ୍ଟିକ୍‌ ପରିବେଶ ପାଇଁ କ୍ଷତିକାରକ। ଏହା ଜାଣି ମଧ୍ୟ ଆମେ ପ୍ଲାଷ୍ଟିକ୍‌ ଜିନିଷ ବ୍ୟବହାର କରୁଛେ। ଏହା ଯୋଗୁ କେବଳ ପରିବେଶ ପ୍ରଦୂଷଣ ହେଉନାହିଁ, ଅନେକ ପ୍ରକାର ରୋଗ ମଧ୍ୟ ବ୍ୟାପୁଛି। ଏଥିରୁ ରକ୍ଷା ପାଇବା ପାଇଁ ହେଲେ, ଆମକୁ ପ୍ରଥମେ ପ୍ଲାଷ୍ଟିକ୍ ଜିନିଷ ବ୍ୟବହାର ଛାଡ଼ିବାକୁ ହେବ ଓ ଘରକୁ ପ୍ଲାଷ୍ଟିକ୍‌ ମୁକ୍ତ କରିବାକୁ ହେବ। ତା’ହେଲେ ଆସନ୍ତୁ ଜାଣିବା ଘରେ ପ୍ଲାଷ୍ଟିକ୍‌ ଜିନିଷ ପରିବର୍ତ୍ତେ କିପରି ପରିବେଶ ଅନୁକୂଳ ଅବା ଇକୋ ଫ୍ରେଣ୍ଡଲି ଜିନିଷର ବ୍ୟବହାର କରିବା।

୧. ଆଜିକାଲି ପ୍ରାୟ ପ୍ରତ୍ୟେକ ଘରେ ଲୋକେ ପ୍ଲାଷ୍ଟିକ୍ ବୋତଲରେ ପାଣି ପିଉଛନ୍ତି। ଆଉ କିଛି ଦିନ ପରେ ଏହାକୁ ଫିଙ୍ଗି ଦେଉଛନ୍ତି ଓ ପୁଣି ନୂଆ ପ୍ଲାଷ୍ଟିକ୍ ବୋତଲ ଆଣୁଛନ୍ତି। ପ୍ଲାଷ୍ଟିକ୍ ବୋତଲରେ ଅଧିକ ସମୟ ପାଣି ରଖି ପିଇବା ସ୍ୱାସ୍ଥ୍ୟ ପାଇଁ ଖରାପ। ସେହିଭଳି ଏହି ପ୍ଲାଷ୍ଟିକ୍ ବୋତଲ ପରିବେଶ ପାଇଁ ବି ଖରାପ। ତେଣୁ ଘରେ ପାଣି ପିଇବା ପାଇଁ ପ୍ଲାଷ୍ଟିକ୍ ବୋତଲର ବ୍ୟବହାରକୁ ବନ୍ଦ କରନ୍ତୁ। ପାଣି ପିଇବା ପାଇଁ ଷ୍ଟିଲ୍ କିମ୍ବା ତମ୍ବା ଗ୍ଲାସ୍‌ ବ୍ୟବହାର କରନ୍ତୁ। ଯଦି ବୋତଲରେ ପାଣି ପିଇବାର ଅଭ୍ୟାସ ଅଛି, ତା’ହେଲେ ଆଜିକାଲି ବଜାରରେ ଷ୍ଟିଲ୍‌ ଓ ତମ୍ବାର ବୋତଲ ବି ଉପଲବ୍ଧ ହେଉଛି।

 

୨. ଘରର ଅଳିଆ ଫୋପାଡ଼ିବା ପାଇଁ ଫ୍ଲାଷ୍ଟିକ୍‌ ବ୍ୟାଗ୍‌ ବ୍ୟବହାର କରିବା ପରିବର୍ତ୍ତେ ବଜାରରେ ମିଳୁଥିବା ବାୟୋଡିଗ୍ରେଡେବୁଲ୍‌ ବ୍ୟାଗ୍‌ର ବ୍ୟବହାର କରନ୍ତୁ। ଏହି ବ୍ୟାଗ୍‌ ସହଜରେ ମାଟିରେ ମିଶି ଯାଏ।

 

 

୩. ଖାଦ୍ୟକୁ ପ୍ୟାକିଙ୍ଗ୍‌ କରିବା ପାଇଁ ଆପଣ ଫଏଲ୍‌ ପେପର୍‌ ବ୍ୟବହାର କରିଥା’ନ୍ତି। ଏହାଠାରୁ ଦୂରେଇ ରୁହନ୍ତୁ। ଏହା ବଦଳରେ ବଜାରରେ ମିଳୁଥିବା ୱାକ୍ସ୍‌ ରାପ୍‌ ବ୍ୟବହାର କରନ୍ତୁ। ଏହା ଖାଦ୍ୟକୁ ଜୀବାଣୁମୁକ୍ତ ରଖିବା ସହିତ ଅଧିକ ସତେଜ ରଖିଥାଏ।

 

 

୪. ଟୁଥ୍‌ ବ୍ରଶ୍‌ ପୁରୁଣା ହୋଇଗଲେ ଆମେ ଏହାକୁ ଫୋପାଡ଼ି ଦେଇଥାଉ। ଏହା ଏକ ସାଧାରଣ କଥା। ତେବେ ଆପଣ ହୁଏତ ଜାଣି ନଥିବେ ଯେ, ଏକ ପ୍ଲାଷ୍ଟିକ୍ ଟୁଥ୍‌ ବ୍ରଶ୍‌କୁ ମାଟିରେ ମିଶିବାକୁ ୪୦୦ ବର୍ଷ ଲାଗିଯିବ। ଏବେ ବଜାରରେ ବାଉଁଶ ଟୁଥ୍‌ ବ୍ରଶ୍‌ ଉପଲବ୍ଧ ହେଉଛି। ଏହାକୁ ଆପଣ ଲମ୍ବା ସମୟ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ। ପୁରୁଣା ହେଲା ପରେ ଏହାକୁ ଫୋପାଡ଼ି ଦେଲେ ବି ଏହା ସହଜରେ ମାଟିରେ ମିଶିଯିବ।

 

୫. ସେହିପରି ରୋଷେଇ ଘରେ ବିଭିନ୍ନ ପ୍ରକାରର ଜିନିଷ ରଖିବା ପାଇଁ ପ୍ଲାଷ୍ଟିକ୍‌ ବଦଳରେ ଆମେ ସିଲ୍‌ଭର ଅବା ଷ୍ଟିଲ୍‌ ଡବା ବ୍ୟବହାର କରିପାରିବା।

୬. ବଜାରରୁ ପନିପରିବା ଆଣିବା ପାଇଁ କପଡ଼ା ବ୍ୟାଗ୍‌ଟିଏ ରଖିଲେ, ଆମେ ପଲିଥିନ୍‌ର ବ୍ୟବହାରକୁ ବି ବହୁତ ପରିମାଣରେ ହ୍ରାସ କରି ଦେଇ ପାରିବା।

୭. ସେହିପରି ପ୍ଲାଷ୍ଟିକ୍ ତିଆରି ଘର ସଜାଇବା ଜିନିଷକୁ ଆମେ ଏଡ଼ାଇ ପାରିବା। ଆଜିକାଲି ବାଉଁଶ, ମାଟି ଓ ଧାତୁ ନିର୍ମିତ ସୁନ୍ଦର ସୁନ୍ଦର ଘରସଜା ଜିନିଷ ବଜାରରେ ଉପଲବ୍ଧ ହେଉଛି।



from Odisha Reporter https://ift.tt/2YQiiec

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages