ମୁଣ୍ଡଳି ଅତିକ୍ରମ କରୁଛି ବନ୍ୟାଜଳ, ହୋଇପାରେ ମଧ୍ୟମ ଧରଣର ବନ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 14, 2019

ମୁଣ୍ଡଳି ଅତିକ୍ରମ କରୁଛି ବନ୍ୟାଜଳ, ହୋଇପାରେ ମଧ୍ୟମ ଧରଣର ବନ୍ୟା

କଟକ(ଓଡ଼ିଶା ରିପୋର୍ଟର): ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଲଗାଣ ବର୍ଷା ହେବା ପରେ ସବୁ ନଦୀରେ ଜଳସ୍ତର ବୃଦ୍ଧି ପାଇଛି।  ମହାନଦୀର ଉପନଦୀରେ ଆସିଥିବା ବନ୍ୟାଜଳ ଏବେ ମହାନଦୀରେ ପ୍ରବାହିତ ହେଉଛି। ଗତ ରାତି ୧୨ଟାରୁ ବନ୍ୟାଜଳ ମୁଣ୍ଡଳି ଅତିକ୍ରମ କରୁଛି। ଏହା ମଧ୍ୟମ ଧରଣର ବନ୍ୟା ସୃଷ୍ଚି କରିପାରେ ବୋଲି ଆଶଙ୍କା କରାଯାଉଛି।

ସୂଚନା ଅନୁସାରେ ଆଜି ସକାଳ ୬ଟା ସୁଦ୍ଧା ମୁଣ୍ଡଳିରେ ସର୍ବାଧିକ ୯ଲକ୍ଷ ୫ହଜାର ୯୪୨ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ସେହିପରି ନରାଜରେ ୫ଲକ୍ଷ ୧୭ହଜାର ୨୧୫ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଛି।  ତେବେ ଏହି ବନ୍ୟାରେ ବିଶେଷ କ୍ଷୟକ୍ଷତି ହେବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି।

ଚଳିତ ବନ୍ୟାରେ ପ୍ରାୟ ୨ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି ଏବଂ ୫୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ସ୍ଥିତି ମୁକାବିଲା ପାଇଁ ୧୫ ଓଡ୍ରାଫ, ୩ NDRF  ଟିମ୍ ଏବଂ ଅଗ୍ନିଶମ ବାହିନୀକୁ ମୁତୟନ ରଖାଯାଇଥିବା ଏସଆରସି କହିଛନ୍ତି। ତେବେ ମହାନଦୀରେ ପ୍ରବାହିତ ବନ୍ୟାଜଳକୁ ନେଇ ଭୟଭୀତ ନ ହେବାକୁ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି।



from Odisha Reporter https://ift.tt/2z1jwnU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages