ନୂଆଦିଲ୍ଲୀ: ଗତକାଲି ରାଷ୍ଟ୍ରପତି ଭବନରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ‘ଭାରତ ରତ୍ନ’ରେ ସମ୍ମାନୀତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହି ସମାରୋହରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ଅମିତ ଶାହ, ଅନ୍ୟାନ୍ୟ କ୍ୟାବିନେଟ୍ ମନ୍ତ୍ରୀ, ଲାଲ କୃଷ୍ଣ ଆଡଭାନୀ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ସମାରୋହକୁ କିନ୍ତୁ ଗାନ୍ଧି ପରିବାରର ସଦସ୍ୟ ରାହୁଲ ଗାନ୍ଧି ଏବଂ ସୋନିଆ ଗାନ୍ଧି ଆସିନଥିଲେ। ଏମିତିକି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମଧ୍ୟ ଅନୁପସ୍ଥିତ ନଥିଲେ। ସୂଚନା ମୁତାବିକୁ ଗାନ୍ଧି ପରିବାର ଏବଂ ମନମୋହନ ସିଂହଙ୍କୁ ରାଷ୍ଟ୍ରପତି ଭବନରୁ ନିମନ୍ତ୍ରଣ କରାଯାଇଥିଲା। ହେଲେ କାହିଁକି ଆସିନାହାନ୍ତି ସେ ନେଇ ସୂଚନା ମିଳିପାରି ନାହିଁ। ତେବେ କଂଗ୍ରେସର ଅନ୍ୟାନ୍ୟ ନେତା ଅହମଦ ପଟେଲ, ଆନନ୍ଦ ଶର୍ମା, ଶଶି ଥରୁର ପ୍ରମୁଖ ଉପସ୍ଥିତ ଥିଲେ।
ପ୍ରଣବଙ୍କ ବ୍ୟତୀତ ଅନ୍ୟ ଦୁଇ ଜଣ ମରଣତ୍ତୋର ଭାରତ ରତ୍ନ ସମ୍ମାନରେ ସମ୍ମାନୀତ ହୋଇଛନ୍ତି। ସେମାନେ ହେଲେ ଆସାମର ମୂଳ ନିବାସୀ ତଥା ସଂଗୀତ ନିର୍ଦ୍ଦେଶକ ଡକ୍ଟର ହଜାରିକା ଏବଂ ସମାଜସେବୀ ନାନାଜୀ।
from Odisha Reporter https://ift.tt/33oh1tN
No comments:
Post a Comment