ପାରାଦୀପ ( ରମାକାନ୍ତ ନାୟକ ) ପ୍ରଥମେ ମାନସିକ ବିକାରଗ୍ରସ୍ତ ଲୋକଙ୍କ ସହ ଲାଗୁଥିଲା, ସେମାନଙ୍କୁ ଚିଡ଼ାଉଥିଲା। ଏହାପରେ ନିଜ ହିତାହିତ ଜ୍ଞାନ ଭୁଲି ସେମାନଙ୍କୁ ହତ୍ୟା କରୁଥିଲା। ଏପରି ଗେମ୍ ପ୍ଲାନ୍ ଆପଣାଇଥିବା ପାରାଦୀପ ଷ୍ଟୋନ୍ ମ୍ୟାନ୍କୁ କାବୁ କରିଛି ପୁଲିସ। ଆଉ ପଚରାଉଚରା ବେଳେ ହତ୍ୟା ପୂର୍ବର କାହାଣୀକୁ ଏପରି ବଖାଣିଛି ଅଭିଯୁକ୍ତ ।
ଏହି ଅଭିଯୁକ୍ତଙ୍କୁ ପାରାଦୀପ ପୁଲିସ ଧରିବା ପରେ ଗତ ଜୁନ୍ ୨୯ ରାତିରେ ଘଟିଥିବା ଡବଲ୍ ମର୍ଡର ଘଟଣା ଉପରୁ ପର୍ଦ୍ଦା ଉଠିଛି। ଗିରଫ ଅଭିଯୁକ୍ତଙ୍କ ନାଁ ଶିବ ବେହେରା ।
ମେରାଇନ ଥାନା ଆଇଆଇସିଙ୍କ ସୂଚନା ଅନୁଯାୟୀ, ମାନସିକ ବିକାରଗ୍ରସ୍ତ ଲୋକଙ୍କୁ ଚିଡ଼ାଇବା ଏବଂ ମାରିବାରେ ଶିବ ଆନନ୍ଦ ନିଏ। ଘଟଣାଦିନ ରାତିରେ ମଧ୍ୟ ଶିବ ନେହରୁବଙ୍ଗଳା ମାର୍କେଟ୍ କଂପ୍ଲେକ୍ସ ନିକଟକୁ ଯାଇଥିଲା। ସେଠାରେ ଆଶ୍ରୟ ନେଇଥିବା ଦୁଇ ମାନସିକ ବିକାରଗ୍ରସ୍ତଙ୍କ ସହ ଲାଗିଥିଲା । କିଛି ସମୟ ପରେ ହିତାହିତ ଜ୍ଞାନ ଭୁଲି ଉଭୟଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରି ଫେରାର ହୋଇଯାଇଥିଲା ।
ଏହି ଘଟଣାରେ ପୁଲିସ ଖୋଳତାଡ଼ ଆରମ୍ଭ କରିଥିଲା। ଏହା ମଧ୍ୟରେ ଗତ ସପ୍ତାହରେ ଅଭିଯୁକ୍ତଜଣକ ପୁଣି ନେହରୁବଙ୍ଗଳା ଆସିଥିଲା। ସେହି ଅଞ୍ଚଳକୁ ପୁଲିସ ନିଜ ନଜରରେ ରଖିଥିବା ବେଳେ ଅଭିଯୁକ୍ତର ଗତିବିଧି ଉପରେ ସନ୍ଦେହ ହୋଇଥିଲା। ତେଣୁ ପୁଲିସ ତାକୁ ଆଣି ପଚରାଉଚରା କରିଥିଲା। ଆଉ ସେ ସତ ମାନିଯାଇଥିଲା । ଏହାପରେ ପୋଲିସ ଗତକାଲି ତାକୁ ଗିରଫ କରି କୋର୍ଟଚାଲାଣ କରିଛି ।
from Odisha Reporter https://ift.tt/2MZ1s67
No comments:
Post a Comment