ସୁଷମାଙ୍କ ପାଇଁ କ୍ରସ ବର୍ଡର ପ୍ରେମ, ବିବାହରେ ପରିଣତ ହୋଇଥିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 6, 2019

ସୁଷମାଙ୍କ ପାଇଁ କ୍ରସ ବର୍ଡର ପ୍ରେମ, ବିବାହରେ ପରିଣତ ହୋଇଥିଲା

ନୂଆଦିଲ୍ଲୀ: ପାକିସ୍ତାନ ସହ ଭାରତର ସଂପର୍କ ସାପ ନେଉଳ ପରି। ପ୍ରତିଦିନ ସୀମାରେ କ୍ରସ ଫାୟାରିଂ ନେଇ ଖବର ଆସେ। ହେଲେ ଦୁଇ ଦେଶର ଶତ୍ରୁତା ମଧ୍ୟରେ ରାଜସ୍ଥାନ ଯୋଧପୁରର ଯୁବକ ନରେଶ ଏବଂ ପାକିସ୍ତାନ କରାଚିର ଯୁବତୀ ପ୍ରିୟାଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ୨୦୧୮ ନଭେମ୍ୱର ୭ ତାଙ୍କ ବାହାଘର ତାରିଖ ଧାର୍ଯ୍ୟ ହୋଇଥିଲା।

ହେଲେ ପ୍ରିୟା ପାକିସ୍ତାନର ଝିଅ ହୋଇଥିବାରୁ ତାଙ୍କର ଭାରତକୁ ଆସିବାରେ ସମସ୍ୟା ଥିଲା। ଭାରତୀୟ ଦୂତାବାସରେ ପ୍ରିୟାଙ୍କ ପରିବାର ଲୋକେ ଭିସା ପାଇଁ ଆବେଦନ କରିଥିଲେ ମଧ୍ୟ ଭିସା ମିଳିବାରେ ବିଳମ୍ୱ ହେଉଥିଲା। ଏମିତିକି ବାହାଘର ଘୁଞ୍ଚାଇବା ପାଇଁ ଝିଅ ଘରେ ନିଷ୍ପତ୍ତି ନେଇଥିଲେ।

ଏ ନେଇ ରାଜସ୍ଥାନର ନରେଶ ଟୁଇଟ କରି ସୁଷମା ସ୍ୱରାଜଙ୍କ ସହଯୋଗ ଲୋଡ଼ିଥିଲେ। ଏହାପରେ ସୁଷମା ବାହାଘର ତାରିଖ ପୂର୍ବରୁ ଭାରତୀୟ ଦୂତାବାସ ସହିତ କଥା ହୋଇ ପ୍ରିୟା ଓ ତାଙ୍କ ପରିବାର ପାଇଁ ଭିସା କରାଇ ଦେଇଥିଲେ। ଏହାପରେ ବାହାଘର ତାରିଖର ଗୋଟିଏ ଦିନ ପୂର୍ବରୁ ପ୍ରିୟା ଓ ତାଙ୍କ ପରିବାର ଲୋକେ ରାଜସ୍ଥାନ ଯୋଧପୁରରେ ପହଞ୍ଚିଥିଲେ।

ସୁଷମା ସ୍ୱରାଜଙ୍କ ଏଭଳି ପ୍ରୟାସକୁ ସେତେବେଳେ ଉଭୟ ଭାରତ ଏବଂ ପାକିସ୍ତାନର ଲୋକେ ପ୍ରଶଂସା କରିଥିଲେ।



from Odisha Reporter https://ift.tt/2ZCJDx9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages