ବନ୍ୟା ଯୋଗୁ ଧୋଇଗଲା ପୋଲ, ଭୁଶୁଡ଼ିଲା ଘର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 6, 2019

ବନ୍ୟା ଯୋଗୁ ଧୋଇଗଲା ପୋଲ, ଭୁଶୁଡ଼ିଲା ଘର

ରାୟଗଡ଼ା (ମନୋଜ ପାତ୍ର ) : ଲଗାଣ ବର୍ଷାରେ ବେହାଲ୍ ହୋଇ ପଡ଼ିଛି ରାୟଗଡ଼ା ଜିଲ୍ଲା । ହାଟ ମୁନିଗାଡା ବ୍ଳକର ମାଳିଶିରିପୁର-ପରିଡିଗୁଡା ରାସ୍ତାରେ ଏକ ପୋଲ ଧୋଇ ହୋଇଯାଇଛି । ଫଳରେ ୫ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି ।

ସେହିପରି କୋଲନରା ବ୍ଳକର ଖମାସିଂରେ ମଧ୍ୟ ରାସ୍ତା ଧୋଇ ଯାଇଛି । ଏଥିଯୋଗୁ ବଡଖିଲାପଦର  ଓ ଖମାସିଂ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ରାସ୍ତା ଧୋଇ ହୋଇଯିବା କାରଣରୁ ୧୦ରୁ ଅଧିକ ଗାଁ ପ୍ରଭାବିତ ହୋଇଛି । ସେହିପରି ଯୁଗପଦରରେ ଥିବା ବଡ ନାଳ ପୋଲ ଭାସିଯାଇଛି । ଫଳରେ ଯୁଗପଦର ଓ ମେରିଙ୍ଗ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ଲଗାଣ ବର୍ଷାର ପ୍ରଭାବ ବିଷମକଟକ ବ୍ଳକରେ ମଧ୍ୟ ଦେଖିବାକୁ ମିଳିଛି । ପଥରଗଡରେ ଲଗାଣା ବର୍ଷାରେ ଗୋଟିଏ ଘର ଭୁଶୁଡି ପଡିଛି । ତେବେ ଏଥିରେ କେହି ମୃତାହତ ହୋଇନଥିବା କୁହାଯାଉଛି। ସେହିପରି ଚାଟିକଣା ଶିବ ମନ୍ଦିର ପାର୍ଶ୍ୱରେ ଥିବା କାନ୍ଥ ଭାଙ୍ଗି ମନ୍ଦିର ଭିତରେ ପାଣି ପଶିଯାଇଛି ।



from Odisha Reporter https://ift.tt/2ZGQ5Dk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages