କଶ୍ମୀର ପ୍ରସଙ୍ଗରେ ଗାଲେଇଲା ପାକିସ୍ତାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 13, 2019

କଶ୍ମୀର ପ୍ରସଙ୍ଗରେ ଗାଲେଇଲା ପାକିସ୍ତାନ

ଇସଲାମାବାଦ: ପାକିସ୍ତାନ ଆଜି ସ୍ୱାଧୀନତା ଦିବସ ପାଳନ କରିଛି। ଏହି ଅବସରରେ ନିଜ ଦେଶର ପ୍ରସଙ୍ଗ ଭୁଲି କଶ୍ମୀର ପ୍ରସଙ୍ଗରେ ପୁଣି ଗାଲେଇଛି। ଆଜି ତାର ସ୍ୱାଧୀନତା ଦିବସକୁ ପାକିସ୍ତାନ ‘କଶ୍ମୀର ଏକତା ଦିବସ’ ଭାବେ ପାଳନ କରିଛି। ଏହି ଅବସରରେ ପାକିସ୍ତାନ ସରକାର ଏକ ସ୍ୱତନ୍ତ୍ର ଲୋଗୋ ମଧ୍ୟ ଉନ୍ମୋଚନ କରିଛନ୍ତି।

ଇସଲାମାବାଦରେ ଆଜି ପତାକା ଉତ୍ତୋଳନ କରିବା ଅବସରରେ ପାକିସ୍ତାନ ରାଷ୍ଟ୍ରପତି ଡକ୍ଟର ଅରିଫ୍ ଅଲଭି କହିଛନ୍ତି ପାକିସ୍ତାନ ସବୁବେଳେ କଶ୍ମୀରବାସୀଙ୍କ ସହିତ ରହିଛି ଓ ରହିବ ମଧ୍ୟ। ସେ ଆହୁରି କହିଛନ୍ତି ‘ଆଜି ସାରା ଦୁନିଆ ଦେଖୁଛି କଶ୍ମୀର ଭାଇ ଭଉଣୀଙ୍କ ସହ ପାକିସ୍ତାନ ରହିଛି। ଆମେ ତାଙ୍କୁ(କଶ୍ମୀରବାସୀ) କେବେ ଏକୁଟିଆ ଛାଡ଼ିବୁ ନାହୁଁ। ଆମେ ତାଙ୍କ ସହ ରହିଛୁ, ରହିବୁ ମଧ୍ୟ। ଆମେ ତାଙ୍କ ଯନ୍ତ୍ରଣାକୁ ନିଜ ଯନ୍ତ୍ରଣା ବୋଲି ଅନୁଭବ କରୁଛୁ।’

ପାକିସ୍ତାନବାସୀଙ୍କ ଉଦ୍ଦେଶ୍ୟରେ ରାଷ୍ଟ୍ରପତି କହିଛନ୍ତି ଭାରତ କଶ୍ମୀରରୁ ଧାରା ୩୭୦ ହଟାଇବା ନିଷ୍ପତ୍ତି ଅସାମ୍ୱିଧାନିକ। ଭାରତ ଏପରି ନିଷ୍ପତ୍ତି ନେଇ ଜାତିସଂଘ ଏବଂ ଶିମଲା ରାଜିନାମାକୁ ଉଲ୍ଲଂଘନ କରୁଛି, କିନ୍ତୁ ଭାରତ ଏପରି କରି କଶ୍ମୀରବାସୀଙ୍କ ମୁହଁ ବନ୍ଦ କରିପାରିବ ନାହିଁ ବୋଲି ସେ କହିଛନ୍ତି।



from Odisha Reporter https://ift.tt/2Tvw14z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages