ଶୁଟିଂ ସେଟ୍‌ରେ ୪୦୦ ଲୋକଙ୍କୁ ସୁନା ମୁଦି ବାଣ୍ଟିଲେ ସାଉଥ୍ ସୁପର୍‌ଷ୍ଟାର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 13, 2019

ଶୁଟିଂ ସେଟ୍‌ରେ ୪୦୦ ଲୋକଙ୍କୁ ସୁନା ମୁଦି ବାଣ୍ଟିଲେ ସାଉଥ୍ ସୁପର୍‌ଷ୍ଟାର୍‌

ଚେନ୍ନାଇ: ୪୦୦ ଲୋକଙ୍କୁ ସୁନା ମୁଦି ପ୍ରଦାନ କରିଛନ୍ତି ଦକ୍ଷିଣ ଭାରତୀୟ ଫିଲ୍ମର ଅନ୍ୟତମ ସୁପରଷ୍ଟାର୍ ଜୋସେଫ୍ ବିଜୟ ଚନ୍ଦ୍ରଶେଖର। ଆଉ ଏହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ଚାଲିଛି।

ବିଜୟଙ୍କ ଅପ୍‌କମିଙ୍ଗ୍ ଫିଲ୍ମର ନାଁ ‘ବିଗିଲ’। ଯେଉଁ ୪୦୦ ଲୋକଙ୍କୁ ସେ ସୁନା ମୁଦି ଦେଇଛନ୍ତି, ସେମାନେ ସମସ୍ତେ ଏହି ଫିଲ୍ମର କ୍ର୍ୟୁ ମେମ୍ବର।

ଏ ସଂପର୍କରେ ସେତେବେଳେ ଜଣାପଡ଼ିଲା ଯେତେବେଳେ ଏହି ଫିଲ୍ମର ଟିମ୍‌ର ସଦସ୍ୟମାନେ କିଛି ଫଟୋ ଓ ଭିଡିଓ ସୋଶାଲ୍ ମିଡିଆରେ ଶେଆର୍‌ କଲେ। ଶେଆର୍ କରାଯାଇଥିବା ଏକ ଭିଡିଓରେ ବିଜୟ ଫିଲ୍ମର କ୍ର୍ୟୁ ମେମମ୍ବରଙ୍କୁ ଜଣ ଜଣ କରି ମୁଦି ବାଣ୍ଟୁ ଥିବା ଦେଖିବାକୁ ମିଳିଛି।


ଯେଉଁ ବ୍ୟକ୍ତି ଜଣଙ୍କ ଏହି ଦୃଶ୍ୟକୁ ନିଜ ମୋବାଇଲ୍ ଫୋନ୍ କ୍ୟାମେରାରେ ରେକର୍ଡ କରୁଥିଲେ ସେ ନିଜ ଆଙ୍ଗୁଠିରେ ପିନ୍ଧିଥିବା ସୁନା ମୁଦିକୁ ବି ଦେଖାଉଛନ୍ତି, ଯାହା ବିଜୟ ତାଙ୍କୁ ଦେଇଥିଲେ। ଏହି ମୁଦିରେ ଇଂରାଜୀରେ ଫିଲ୍ମର ନାଁ ‘BIGIL’ ଲେଖାଯାଇଥିବା ଦେଖିବାକୁ ମିଳିଛି।


ଅଗଷ୍ଟ ୧୩ ତାରିଖରେ ଅର୍ଥାତ୍ ଗତକାଲି ‘ବିଗିଲ’ରେ ବିଜୟଙ୍କର ଶୁଟିଂ ଶେଷ ହୋଇଥିଲା। ତା’ପରେ ସେ ଏ ଫିଲ୍ମ ସହିତ ଜଡ଼ିତ ସମସ୍ତ କ୍ର୍ୟୁ ମେମମ୍ବରଙ୍କୁ ଧନ୍ୟବାଦ୍ ଦେବା ସହିତ ସୁନା ମୁଦି ବାଣ୍ଟିଥିଲେ। ଏହା ସମସ୍ତଙ୍କ ପାଇଁ ସର୍‌ପ୍ରାଇଜ୍ ଥିଲା।

‘ବିଗିଲ’ ଅକ୍ଟୋବର ମାସରେ ରିଲିଜ୍ ହେବ। ଫିଲ୍ମର ପୋଷ୍ଟର ସହିତ ଏଥିରେ ଏ. ଆର୍ ରହମାନ୍ ଗାଇଥିବା ଗୀତକୁ ଲୋକେ ବେଶ୍ ପସନ୍ଦ କରିଛନ୍ତି। ଏହି ଫିଲ୍ମରେ ବଲିଉଡ୍ ଅଭିନେତା ଜ୍ୟାକି ଶ୍ରଫ୍ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି।



from Odisha Reporter https://ift.tt/33utH28

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages