ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟ୍ରାଫିକ୍ ନିୟମ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିବା ପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ନୂଆ ପ୍ରୟାସ ଆରମ୍ଭ କରାଯାଇଛି। ଗତକାଲି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପରିସରରେ ଛାତ୍ରୀମାନଙ୍କୁ ନାଚ ଗୀତ ମାଧ୍ୟମରେ ଟ୍ରାଫିକ୍ ନିୟମ ବିଷୟରେ ସଚେତନ କରାଇଛି କମିଶନରେଟ ପୁଲିସ।
ପ୍ରଥମେ ଛାତ୍ରୀମାନଙ୍କୁ ବ୍ରେକିଂ ସିଷ୍ଟମ ବିଷୟରେ ବୁଝାଇଲା ପୁଲିସ୍। ଏହାପରେ ଗାଡ଼ିକୁ ନିଜ ନିୟନ୍ତ୍ରଣରେ ରଖି ନିୟମ ମାନି ଚଲାଇବା ସମ୍ପର୍କରେ ମଧ୍ୟ ଦିଆଯାଇଥିଲା ଧାରଣା।
ଝିଅମାନଙ୍କୁ ସଚେତନ କରିବା ପାଇଁ ଏହି କାର୍ଯ୍ୟକ୍ରମ କରାଯାଇଛି ବୋଲି ଟ୍ରାଫିକ ଡିସିପି ସାଗରିକା ଦାଶ କହିଛନ୍ତି।
from Odisha Reporter https://ift.tt/2QiTI1S
No comments:
Post a Comment