ସମ୍ବଲପୁର ( ସଞ୍ଜୟ ଜେନା ): ଅସଦାଚାରଣ ଅଭିଯୋଗରେ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ତହସିଲଦାର ପ୍ରଫୁଲ୍ଲ ବେହେରାଙ୍କୁ ଗତ ରାତିରେ ବାନ୍ଧିଛି ପୁଲିସ୍। ତାଙ୍କ ବିରୋଧରେ ଅସଦାଚାରଣ ଅଭିଯୋଗ ଆଣିଛନ୍ତି ଜଣେ ଅତିରିକ୍ତ ମହିଳା ତହସିଲଦାର। କାଲି ରାତିରେ ହିଁ କୋର୍ଟଚାଲାଣ ପରେ ତାଙ୍କୁ ସମ୍ବଲପୁର ଜେଲ୍ ପଠାଇ ଦିଆଯାଇଛି । ଜଣେ ଉଚ୍ଚପଦସ୍ଥ ମହିଳା ଅଧିକାରୀଙ୍କୁ ଜଣେ ଅଧିକାରୀ ଅସଦାଚାରଣ କରିବା ଜିଲ୍ଲାରେ ପ୍ରଥମ ଘଟଣା। ଏହା ଏବେ ସମଗ୍ର ସମ୍ବଲପୁର ଜିଲ୍ଲାରେ ଚର୍ଚ୍ଚାର କାରଣ ପାଲଟିଛି।
ପୁଲିସ୍ ସୂଚନା ଅନୁଯାୟୀ, ଅଭିଯୋଗକାରିଣୀ ଅତିରିକ୍ତ ତହସିଲଦାର ଅବିବାହିତ ଥିବା ବେଳେ ଧନୁପାଲି ଅଞ୍ଚଳରେ ଭଡ଼ା ଘରେ ଏକୁଟିଆ ରୁହନ୍ତି। ଏହାର ସୁଯୋଗ ନେଇ ପ୍ରଫୁଲ୍ଲ ବେହେରା ଗତ କାଲି ତାଙ୍କ ଘରେ ପଶି ଅସଦାଚରଣ କରିଥିଲେ । ଅତିରିକ୍ତ ତହସିଲଦାର ଏହାକୁ ବିରୋଧ କରିବାରୁ ସେ ତାଙ୍କୁ ଗାଳିଗୁଲଜ ମଧ୍ୟ କରିଥିଲେ।
ଏନେଇ ମହିଳା ଅଧିକାରୀଜଣକ ଗତ ରାତିରେ ଧନୁପାଲି ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରି ରାତି ପ୍ରାୟ ୧୦ଟା ପରେ ଅଭିଯୁକ୍ତ ପ୍ରଫୁଲ୍ଲଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ପୁରା ମାମଲାକୁ ନେଇ ଏବେ ପୁଲିସ୍ ତଦନ୍ତ ଜାରି ରଖିଛି।
from Odisha Reporter https://ift.tt/2NrWVKs
No comments:
Post a Comment