ହଷ୍ଟନରେ ମୋଦିଙ୍କୁ ଭେଟିଲେ ଶିଖ୍, ବୋହରା ଏବଂ କଶ୍ମୀର ପଣ୍ଡିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 22, 2019

ହଷ୍ଟନରେ ମୋଦିଙ୍କୁ ଭେଟିଲେ ଶିଖ୍, ବୋହରା ଏବଂ କଶ୍ମୀର ପଣ୍ଡିତ

ହଷ୍ଟନ, ଆମେରିକା: ଗତକାଲି ଆମେରିକାର ହଷ୍ଟନରେ ‘ହାଓଡି ମୋଦି’ କାର୍ଯ୍ୟକ୍ରମ ପାଇଁ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ପ୍ରବାସୀ ଭାରତୀୟ ଦାଓଦି ବୋହରା କମ୍ୟୁନିଟିର ସଦସ୍ୟ, ଶିଖ୍ ଏବଂ କଶ୍ମୀର ପଣ୍ଡିତମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଛନ୍ତି।

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି କଶ୍ମୀର ପଣ୍ଡିତମାନେ। ଏମିତିକି ଭାବବିହ୍ୱଳ ହୋଇ ପ୍ରଧାନମନ୍ତ୍ରୀଙ୍କ ହାତକୁ ଚୁମ୍ୱନ ଦେଇଥିଲେ କଶ୍ମୀର ପଣ୍ଡିତମାନେ। ସେହିପରି ଶିଖ ସମ୍ପ୍ରଦାୟର ଲୋକମାନେ କରତାରପୁର କରିଡରକୁ ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିବା ସହିତ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ଆଜି ହଷ୍ଟନର ଏଆରଜି ଷ୍ଚାଡିୟମରେ ଉପସ୍ଥିତ ୫୦ ହଜାର ଲୋକଙ୍କୁ ଉଦବୋଧନ ଦେବେ। ଏହି ସମୟରେ ମଞ୍ଚରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉପସ୍ଥିତ ରହିବେ।



from Odisha Reporter https://ift.tt/30qOmWo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages