ଖୋଲିବ ପାକିସ୍ତାନର ମୁଖା, ମୋଦି ଓ ଟ୍ରମ୍ପଙ୍କୁ ଭେଟି ପିଓକେ ନେତା ମାଗିବେ ସ୍ୱାଧୀନତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 22, 2019

ଖୋଲିବ ପାକିସ୍ତାନର ମୁଖା, ମୋଦି ଓ ଟ୍ରମ୍ପଙ୍କୁ ଭେଟି ପିଓକେ ନେତା ମାଗିବେ ସ୍ୱାଧୀନତା

ହଷ୍ଟନ, ଆମେରିକା: ଆଜି ଏନଆରଜି ଷ୍ଟାଡିୟମରେ ‘ହାଓଡି ମୋଦି’ କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ଶନିବାର ଆମେରିକାର ଟେକସାସ୍‌ ହଷ୍ଟନରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟି ନିଜର ଦାବି ଉପସ୍ଥାପନ କରିବେ ବାଲୋଚ, ସିନ୍ଧି ଏବଂ ପାଶ୍ତୋ ସଂଗଠନର ପ୍ରତିନିଧି। ପାକିସ୍ତାନ ପାଖରୁ ସ୍ୱାଧୀନତା ପାଇବା ପାଇଁ ସେମାନେ ଦାବି କରିବେ ବୋଲି ଜଣାପଡ଼ିଛି।

ଆମେରିକାର ବିଭିନ୍ନ ସ୍ଥାନରେ ରହୁଥିବା ପ୍ରବାସୀ ବାଲୋଚ, ପ୍ରବାସୀ ସିନ୍ଧି ଏବଂ ପାଶତୋ ଆମେରିକା କମ୍ୟୁନିଟି ଏଥିପାଇଁ ଏକାଠି ହୋଇଛନ୍ତି। ମୁଖ୍ୟତଃ ପାକିସ୍ତାନ ସେନା ଦ୍ୱାରା ସ୍ୱାଧୀନତା ଦାବି କରୁଥିବା ସଂଗଠନକୁ ଯେଉଁ ନିର୍ଯାତନା ଦିଆଯାଉଛି ତାକୁ ଭାରତ ଓ ଆମେରିକାର ମୁଖିଆଙ୍କ ଆଗରେ ଉପସ୍ଥାପନ କରିବେ ବୋଲି ଜଣାପଡ଼ିଛି। ୧୯୭୧ ମସିହାରେ ବାଂଲାଦେଶ ଯେତେବେଳେ ସ୍ୱାଧୀନତା ପାଇଥିଲା ସେତେବେଳେ ଭାରତ ସହଯୋଗର ହାତ ବଢ଼ାଇଥିଲା। ସେହିପରି ଭାବରେ ଭାରତ ଓ ଆମେରିକା ତାଙ୍କୁ ସହଯୋଗ କରନ୍ତୁ ବୋଲି ବାଲୋଚ ନ୍ୟାଶନାଲ ମୁଭମେଣ୍ଟର ଆମେରିକା ନେତା ନବୀ ବକସା ବାଲୋଚ କହିଛନ୍ତି।

ସୂଚନାଯୋଗ୍ୟ, ପାକିସ୍ତାନ ଅଧିକୃତ କଶ୍ମୀରର ଲୋକଙ୍କୁ ପାକିସ୍ତାନ ସେନା ନିର୍ଯାତନା ଦେଉଥିବା ନେଇ ଅନେକ ଅଭିଯୋଗ ରହିଛି। ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଚେଦ ପରେ ପିଓକେବାସୀ ପାକିସ୍ତାନ ପାଖରୁ ସ୍ୱାଧୀନତା ପାଇଁ ଦାବି କରିଆସୁଛନ୍ତି। ଭାରତ ମଧ୍ୟ ପିଓକେକୁ ନିଜ ସହ ମିଶାଇବା ପାଇଁ ଆହ୍ୱାନ କରିସାରିଛି।

ଏହି ସମୟରେ ଜାତିସଂଘ ଓ ବିଭିନ୍ନ ଦେଶମାନଙ୍କର ମୁଖିଆଙ୍କୁ ଭେଟି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଏବଂ ଅନେକ ନେତା କଶ୍ମୀରକୁ ଅନ୍ତର୍ଜାତୀୟ ପ୍ରସଙ୍ଗ କରିବାକୁ ଚେଷ୍ଟା କରି ବିଫଳ ହୋଇଛନ୍ତି। କଶ୍ମୀରରେ ଥିବା ଅଳ୍ପସଂଖ୍ୟକଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ କରିଛନ୍ତି। ଯାହାର ପ୍ରମାଣ ମଧ୍ୟ ନିକଟରେ ଜାତିଂସଘର ବୈଠକରେ ଦେଇପାରିନଥିଲା ପାକିସ୍ତାନ। ହେଲେ ପିଓକେରେ ହେଉଥିବା ମାନବାଧିକାର ଉଲ୍ଲଂଘନକୁ ଲୁଚାଇବା ପାଇଁ ପାକିସ୍ତାନ ଅନେକ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି।



from Odisha Reporter https://ift.tt/30GLIri

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages