ସମ୍ବଲପୁର( ସଞ୍ଜୟ ଜେନା): ସର୍ଟ ସର୍କିଟ୍ରୁ ବୁର୍ଲା ମେଡିକାଲ୍ରେ ଆଜି ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି । ହସ୍ପିଟାଲର ଡାଇଲେସିସ୍ ରୁମକୁ ଲାଗିଥିବା ବ୍ୟାଟେରୀ ରୁମ୍ରେ ପ୍ରଥମେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଫଳରେ ସବୁ ବ୍ୟାଟେରି ଜଳିଯିବା ସହ ସେହି ରୁମ୍ରେ ଥିବା ଫ୍ୟାନ୍ ଓ ବୈଦୁତିକ ଉପକରଣ ମଧ୍ୟ ଜଳି ପୋଡ଼ିଗଲା । ବ୍ୟାଟେରୀ ରୁମ୍ରୁ ନିର୍ଗତ ଧୂଆଁ ଡାଇଲେସିସି ରୁମ୍କୁ ବ୍ୟାପିଥିଲା। କିନ୍ତୁ ସୌଭାଗ୍ୟବଶଃତ ସେହି ସମୟରେ କେହି ରୋଗୀ ଉପସ୍ଥିତ ନ ଥିଲେ।
ସର୍ଟ ସର୍କିଟ୍ରୁ ବ୍ୟାଟେରୀରେ ନିଆଁ ଲାଗି ଯାଇଥଇବା ଜଣାଯାଇଛି। ଅନ୍ୟ ପକ୍ଷରେ ବ୍ୟାଟେରିଗୁଡ଼ିକ ବହୁ ପୁରୁଣା ହୋଇଥିବା ବେଳେ ରକ୍ଷଣାବେକ୍ଷଣ ଅଭାବରୁ ମଧ୍ୟ ଏହି ଅଗ୍ନିକାଣ୍ଡ ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି। ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ତେବେ ଡାଇଲେସିସ୍ ରୁମ୍ ଏହି ଦୁର୍ଘଟଣାରୁ ବର୍ତ୍ତିଯାଇଛି ।
from Odisha Reporter https://ift.tt/30fiN1s
No comments:
Post a Comment