‘ପୋଇ ପତ୍ର-ଅଣ୍ଡା ସ୍ୟାଣ୍ଡୱିଚ୍’ କେମିତି ତିଆରି ହୁଏ ଜାଣନ୍ତି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 19, 2019

‘ପୋଇ ପତ୍ର-ଅଣ୍ଡା ସ୍ୟାଣ୍ଡୱିଚ୍’ କେମିତି ତିଆରି ହୁଏ ଜାଣନ୍ତି?

ଆବଶ୍ୟକ ସାମଗ୍ରୀ: ପୋଇ ପତ୍ର, ମକା, ଅଣ୍ଡା, କଟା ପିଆଜ, କଟା କଞ୍ଚା ଲଙ୍କା, କଟା ଟମାଟୋ, କଟା ରସୁଣ, ଲଙ୍କା ଗୁଣ୍ଡ, ଲୁଣ ଓ ତେଲ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମକା ମଞ୍ଜିରେ କଟା ପିଆଜ, କଟା କଞ୍ଚା ଲଙ୍କା, କଟା ଟମାଟୋ ଓ କଟା ରସୁଣକୁ ଭାଜି ପୁର ପ୍ରସ୍ତୁତ କରନ୍ତୁ। ଏବେ ଏକ ପାତ୍ରରେ ପୋଇ ପତ୍ରକୁ ଛୋଟ ଛୋଟ କରି ସେଥିରେ କଟା ପିଆଜ, ଲଙ୍କା ଗୁଣ୍ଡ, ଲୁଣ ଓ କଞ୍ଚା ଅଣ୍ଡାକୁ ଭାଙ୍ଗି ଭଲ ଭାବେ ଫେଣ୍ଟି ଦିଅନ୍ତୁ।

ତା’ପରେ ତାୱାରେ ତେଲ ଗରମ କରି  ପୋଇପତ୍ର ଓ ଅଣ୍ଡା ମିଶ୍ରଣକୁ ପକାନ୍ତୁ ଓ ଚାରି ଆଡ଼କୁ ଖେଳାଇ ଦିଅନ୍ତୁ, ଯେମିତି ତାହା ଚକୁଳି ପିଠା ଆକାରର ହେବ। ଏବେ ତା’ ଉପରେ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ମକା ପୁର ଦିଅନ୍ତୁ। ପୁର ଉପରେ ଆଉ ଥରେ ପୋଇପତ୍ର ଓ ଅଣ୍ଡା ମିଶ୍ରଣକୁ ପକାନ୍ତୁ। ଗୋଟିଏ ପଟ ଭାଜି ହୋଇଯିବା ପରେ ତାକୁ ଓଲଟାଇ ଦିଅନ୍ତୁ।

ଦୁଇପଟ ଭାଜି ହୋଇଗଲା ପରେ ଏହାକୁ ପ୍ଲେଟକୁ କାଢ଼ି ସ୍ୟାଣ୍ଡୱିଚ୍‌ ଆକାରରେ କାଟି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ‘ପୋଇ ପତ୍ର-ଅଣ୍ଡା ସ୍ୟାଣ୍ଡୱିଚ୍’। ଏହାକୁ ଟମାଟୋ ଓ ଚିଲି ସସ୍‌ ସହ ଗରମ ଗରମ ପରଷନ୍ତୁ।

 



from Odisha Reporter https://ift.tt/31Ei1bI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages