ଗ୍ୟାସ ବୋଝେଇ କଣ୍ଟେନରକୁ ଧକ୍କା ଦେଲା ଟ୍ରକ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 22, 2019

ଗ୍ୟାସ ବୋଝେଇ କଣ୍ଟେନରକୁ ଧକ୍କା ଦେଲା ଟ୍ରକ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଶହିଦନଗର ଥାନା ସମ୍ମୁଖ ଓଭରବ୍ରିଜ ଉପରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ ଗ୍ୟାସ ବୋଝେଇ କଣ୍ଟେନରକୁ  ଟ୍ରକ୍‌ଟି ପଛପଟୁ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ମୃତ ଟ୍ରକ୍ ଡ୍ରାଇଭରଙ୍କ ନାଁ ମଲ୍ଲାପା କୁରୀ। ତାଙ୍କ ଘର କର୍ଣ୍ଣାଟକରେ ବୋଲି ଜଣାପଡ଼ିଛି। ଆହତ ଜଣଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ଗତକାଲି ରାତିରେ ବରମୁଣ୍ଡା ପାର୍ଶ୍ୱରୁ ଏକ ଟ୍ରକଟି ଦ୍ରୁତ ଗତିରେ ଆସୁଥିଲା। ଏହି ସମୟରେ ଓଭରବ୍ରିଜ ଉପରେ ରସୁଲଗଡ ଆଡକୁ ମୁହଁ କରି ଠିଆ ହୋଇ ରହିଥିବା ଗ୍ୟାସ ବୋଝେଇ କଣ୍ଟେନରକୁ ଟ୍ରକ୍‌ଟି ପଛରୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଟ୍ରକ୍ ଡ୍ରାଇଭରର ମୃତ୍ୟୁ ଘଟିଥିଲା ।   

ସହିଦନଗର ଥାନା ପୁଲିସ୍‌ ଘଟଣସ୍ଥଳରେ ପହଞ୍ଚି ଦୁଇଟି ଗାଡ଼ିକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛି।



from Odisha Reporter https://ift.tt/2pHAxSE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages