ସମାଜରେ ଭାଇଚାରା ସୃଷ୍ଟି ପାଇଁ କବିତା ଉତ୍ତମ ମାଧ୍ୟମ: ଉପରାଷ୍ଟ୍ରପତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 6, 2019

ସମାଜରେ ଭାଇଚାରା ସୃଷ୍ଟି ପାଇଁ କବିତା ଉତ୍ତମ ମାଧ୍ୟମ: ଉପରାଷ୍ଟ୍ରପତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ଆୟୋଜିତ ‘ବିଶ୍ୱ କବି ମହାକୁମ୍ଭ’ରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଯୋଗଦେଇଛନ୍ତି। ଓଡ଼ିଶାକୁ ଆସି ଅତ୍ୟନ୍ତ ଉଲ୍ଲସିତ କହି ଉପରାଷ୍ଟ୍ରପତି ନିଜର ଭାଷଣ ଆରମ୍ଭ କରିଥିଲେ।

ସେ କହିଛନ୍ତି, “ସମାଜରେ ଭାଇଚାରା ସୃଷ୍ଟି ପାଇଁ କବିତା ଉତ୍ତମ ମାଧ୍ୟମ। ସମସ୍ତଙ୍କୁ ଏକତାରେ ବାନ୍ଧି ରଖିବାରେ କବିତାର ଭୂମିକା ଗୁରୁତ୍ୱପୂର୍ଣ୍ଣ। କେବଳ କବିତା ନୁହେଁ ସାହିତ୍ୟ, କଳା, ସଙ୍ଗୀତ ଏବଂ ନୃତ୍ୟ ଶାନ୍ତି ଓ ଖୁସି ଆଣିଥାଏ।”

ଏହା ସହ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ସ୍ମୃତିଚାରଣ କରି ନାଇଡୁ କହିଛନ୍ତି, “ଗାନ୍ଧି ସତ୍ୟ ଓ ଅହିଂସାର ଦୂତ ଥିଲେ। ଆଜିର ସମୟ ପାଇଁ ଏହା ନିତାନ୍ତ ଆବଶ୍ୟକ। ଭାରତର ସଂସ୍କୃତି ଓ ପରମ୍ପରା ବସୁଧୈବ କୁଟୁମ୍ବକମରେ ବିଶ୍ୱାସ ରଖେ। ସମଗ୍ର ବିଶ୍ୱ ଗୋଟିଏ ପରିବାର। ଦିନେ ଭାରତ ବିଶ୍ୱଗୁରୁ ଥିଲା। ବିଦେଶରୁ ଆସି ଛାତ୍ରଛାତ୍ରୀମାନେ ନାଳନ୍ଦା ବିଶ୍ୱବିଦ୍ୟାଳୟରେ ପଢୁଥିଲେ। ଭାରତ କେବେ ବି କୌଣସି ଦେଶ ଉପରେ ଆକ୍ରମଣ କରିନାହିଁ। କାରଣ ଭାରତ କେବେ ବି ହିଂସାରେ ବିଶ୍ୱାସ ରଖିନାହିଁ ବରଂ ପ୍ରଗତିରେ ବିଶ୍ୱାସ କରି ଆସିଛି।”

‘ବିଶ୍ୱ କବି ମହାକୁମ୍ଭ’ରେ ଉପରାଷ୍ଟ୍ରପତି ଯୋଗଦେବା ପରେ ରାଜଭବନରେ ବିଶ୍ରାମ ନେଇଛନ୍ତି। ଅପରାହ୍ଣ ୩ଟାରେ ସେ କଟକ ଯାଇ ଦୈନିକ ଖବରକାଗଜ ‘ସମାଜ’ର ଶତବାର୍ଷିକୀ କାର୍ଯ୍ୟକ୍ରମରେ ଯୋଗଦେବେ। ଏହାପରେ  ସନ୍ଧ୍ୟା ୫ଟା ୫୦ରେ ଭୁବନେଶ୍ୱର ହୋଇ ଦିଲ୍ଲୀ ଫେରିଯିବେ।



from Odisha Reporter https://ift.tt/2IqfOcg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages