କାମକୁ ଫେରିଲେ ରିଷି ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 6, 2019

କାମକୁ ଫେରିଲେ ରିଷି !

ମୁମ୍ବାଇ: କ୍ୟାନ୍‌ସର୍ ଚିକିତ୍ସା ପରେ ଗତମାସରେ ଆମେରିକାରୁ ଫେରିଥିବା ବଲିଉଡ୍‌ର ଅନ୍ୟତମ ଭେଟେରାନ୍ ଅଭିନେତା ରିଷି କପୁର ପୁଣି କାମକୁ ଫେରିଛନ୍ତି। ନିକଟରେ ସେ କ୍ୟାମେରା ସମ୍ମୁଖକୁ ଆସିଥିଲେ। ଜଣାଶୁଣା ଫଟୋଗ୍ରାଫର ଅବିନାଶ ଗୋୱାରିକର ତାଙ୍କର ଫଟୋ ଶୁଟ୍ କରିଥିଲେ।

ଅବିନାଶ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ରିଷିଙ୍କର ଏକ ଫଟୋ ପୋଷ୍ଟ୍ କରିଛନ୍ତି। ଏହି କଳାଧଳା ଫଟୋରେ ରିଷିଙ୍କର ଦାଢ଼ି ବହୁତ ବଢ଼ି ଯାଇଛି। ସେ ହାଲ୍‌କା ହସୁଥିବା ମଧ୍ୟ ଦେଖିବାକୁ ମିଳିଛି।

ଏ ଫଟୋ ଶେଆର୍ କରି ଅବିନାଶ ଲେଖିଛନ୍ତି ଯେ ପ୍ୟାକ୍‌ଅପ୍ ପରେ ରିଷିଙ୍କର ଏହି ଫଟୋ ଉଠାଇଥିଲି। କିଛି ସମୟ ପାଇଁ ସେ ବ୍ରେକ୍ ନେବା ପରେ ପୁଣି ଫେରିଛନ୍ତି। ଲେନ୍‌ସରୁ ଚିଣ୍ଟୁଜୀଙ୍କୁ ଦେଖି କେମିତି ଲାଗିଲା, ତାହା ଶବ୍ଦରେ ପ୍ରକାଶ କରି ହେବ ନାହିଁ।


ରିଷି କପୁର ନିଜ ଫଟୋକୁ ରି-ଟ୍ୱିଟ୍ କରି ଅବିନାଶଙ୍କୁ ଧନ୍ୟବାଦ ଦେଇଛନ୍ତି ଓ ଇଟାଲୀରୁ ଫେରିଲେ ଦେଖା କରିବେ ବୋଲି କହିଛନ୍ତି। ଏପରିକି ଉକ୍ତ ଫଟୋ ଶୁଟ୍ ପରେ ସେ ଦାଢ଼ି କାଟି ଦେଇଥିବା କହିଛନ୍ତି। ଏହି ଟ୍ୱିଟ୍ ଅନୁଯାୟୀ ରିଷି ଶନିବାର ଦିନ ଇଟାଲୀ ଯାଇଛନ୍ତି।

ସୂଚନାଯୋଗ୍ୟ, ଗତବର୍ଷ ସେପ୍ଟେମ୍ବର ମାସରେ ରିଷି ହଠାତ୍ ନ୍ୟୁୟର୍କ ଚାଲିଯାଇଥିଲା। ତା’ପରେ ଜଣାପଡ଼ିଥିଲା ଯେ ସେ କ୍ୟାନ୍‌ସର୍‌ରେ ପୀଡ଼ିତ। ତାଙ୍କ ଅବସ୍ଥା ଏମିତି ଥିଲା ଯେ ସେ ତାଙ୍କ ମା’ଙ୍କ ଶେଷ ଦର୍ଶନ କରିପାରି ନଥିଲେ। ସେ ନ୍ୟୁୟର୍କ ଯିବା ପରେ ତାଙ୍କ ମା’ଙ୍କ ପରଲୋକ ହୋଇଥିଲା।



from Odisha Reporter https://ift.tt/2IscxcN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages