ବଲିଉଡ୍‌ରେ ଡେବ୍ୟୁ କରିବେ ନାଗିନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 17, 2019

ବଲିଉଡ୍‌ରେ ଡେବ୍ୟୁ କରିବେ ନାଗିନ୍‌

ମୁମ୍ୱାଇ: ଧାରାବାହିକ ‘ନାଗିନ୍‌-୩’ରେ ‘ବେଲା’ ଚରିତ୍ରରେ ଅଭିନୟ କରି ଘରେ ଘରେ ପରିଚିତ ହୋଇପାରିଥିବା ସୁରଭି ଜ୍ୟୋତି ଖୁବ୍‌ଶୀଘ୍ର ବଲିଉଡ୍‌ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ସେ ‘ସୋନମ୍‌ ଗୁପ୍ତା ବେୱଫା ହେ’ ଫିଲ୍ମ ମାଧ୍ୟମରେ ବଲିଉଡ୍‌ରେ ଡେବ୍ୟୁ କରିବେ। ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ଅଭିନୟ କରିବେ ଜସ୍ସି ଗିଲ୍‌।

‘ନାଗିନ୍‌-୩’ ବ୍ୟତୀତ ସୁରଭି ଅନେକ ପପୁଲାର୍‌ ଟିଭି ଶୋ’ରେ କାମ କରିଛନ୍ତି। ପଞ୍ଜାବୀ ଫିଲ୍ମରେ ମଧ୍ୟ ସେ କାମ କରିସାରିଛନ୍ତି। କିନ୍ତୁ ବଲିଉଡ୍‌ରେ ସେ ନୂଆ କରି ପାଦ ଥାପିବାକୁ ଯାଉଛନ୍ତି। ଏଥିପାଇଁ ସେ ଖୁବ୍ ଉତ୍ସାହିତ ଅଛନ୍ତି। ତା’ସହିତ ଏନେଇ ସେ ପ୍ରସ୍ତୁତି ବି ଆରମ୍ଭ କରିସାରିଲେଣି।

‘ସୋନମ୍‌ ଗୁପ୍ତା ବେୱଫା ହେ’ ଏକ ରୋମାଣ୍ଟିକ କମେଡି ଫିଲ୍ମ। ଏଥିରେ ନୀଲୁ କୋହଲି ଓ ବ୍ରଜେନ୍ଦ୍ର କାଲା ମଧ୍ୟ ଅଭିନୟ କରିବେ।

 

କୁହାଯାଉଛି, ଧାରାବହିକ ନାଗିନ୍‌ର ଚତୁର୍ଥ ସିଜିନ୍‌ ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଏଥିରେ ମଧ୍ୟ ସୁରଭି ମୁଖ୍ୟ ଚରିତ୍ରରେ ଅଭିନୟ କରିବେ। କିନ୍ତୁ ଏହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ। ସେ ଯାହା ହେଉ, ଟେଲିଭିଜନରେ ବେଶ୍ ସଫଳ ହୋଇଥିବା ସୁରଭି ବଲିଉଡ୍‌ରେ ଦମ୍‌ଦାର୍ ଡେବ୍ୟୁ କରିବାରେ ସଫଳ ହେଉଛନ୍ତି ନା ନାହିଁ, ତାହା ଦେଖିବାକୁ ସମସ୍ତେ ଚାହିଁ ବସିଛନ୍ତି।



from Odisha Reporter https://ift.tt/2MqMIfy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages