ସୋନପୁର(ରବୀନ୍ଦ୍ର ହୋତା): ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ପିତାମହୁଲ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ବାପ-ପୁଅଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ବାପା ସହଦେବ ସାହୁ(୫୫) ଓ ବଡ଼ ପୁଅ ଦେବାନନ୍ଦ ସାହୁ (୩୧)। ଏହି ଦୁର୍ଘଟଣାରେ ସାନ ପୁଅ ଗୁରୁତର ହୋଇ ପଡ଼ିଛନ୍ତି।
ଗତ ରାତିରେ ସହଦେବ ନିଜ ବଡ଼ ପୁଅ ଦେବାନନ୍ଦ ଓ ସାନ ପୁଅ ଅରୁପାନନ୍ଦଙ୍କ ସହ ସ୍ଥାନୀୟ ବାଉରୀଯୋର ନିକଟ ଜଙ୍ଗଲକୁ ଯାଇଥିଲେ। ତେବେ ଏହି ସମୟରେ ତିନି ଜଣ ଜଙ୍ଗଲରେ ବାରାହା ମାରିବାକୁ ବିଛାଯାଇଥିବା ତାର ସଂସ୍ପର୍ଶରେ ଆସିଥିଲେ। ଘଟଣାସ୍ଥଳରେ ହିଁ ସହଦେବ ଏବଂ ଦେବାନନ୍ଦଙ୍କ ମୃତ୍ୟୁ ହୋଇଥିବାବେଳେ ଅରୁପାନନ୍ଦ ଗୁରୁତର ହୋଇଥିଲେ। ଏହାପରେ ଅରୁପାନନ୍ଦ ଘରକୁ ଆସି ଘଟଣା ସମ୍ପର୍କରେ କହିଥିଲେ। ଗୁରୁତର ଅବସ୍ଥାରେ ଅରୁପାନନ୍ଦଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଯାଇଛି।
ଖବର ପାଇ ସୁବଳୟା ପୁଲିସ୍ ଆଜି ସକାଳେ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି।
from Odisha Reporter https://ift.tt/35CC4d0
No comments:
Post a Comment