ଚନ୍ଦ୍ରରେ କିଭଳି ରହିଛି ସ୍ଥିତି ଦେଖନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 4, 2019

ଚନ୍ଦ୍ରରେ କିଭଳି ରହିଛି ସ୍ଥିତି ଦେଖନ୍ତୁ

ନୂଆଦିଲ୍ଲୀ: ମିଶନ ଚନ୍ଦ୍ରଯାନ ୨ର ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ସକ୍ରିୟ ନାହିଁ। ହେଲେ ମିଶନ ଚନ୍ଦ୍ରଯାନ ୨ରେ ମହାକାଶକୁ ଯାଇଥିବା ଅର୍ବିଟର ତାର ସମସ୍ତ କାମ ଠିକ୍ ଭାବରେ କରୁଛି। ଏବେ ଅର୍ବିଟର ଚନ୍ଦ୍ରପୃଷ୍ଠରେ କିଭଳି ରହିଛି ସ୍ଥିତି; ସେ ବାବଦରେ କିଛି ଫଟୋ ଚିତ୍ର ପଠାଇଛି। ଯାହାକୁ ଇସ୍ରୋ ଏବେ ସାର୍ବଜନୀନ କରିଛି।

ଲ୍ୟାଣ୍ଡର ବିକ୍ରମ ଭିତରେ ଥିବା ରୋଭର ଚନ୍ଦ୍ରପୃଷ୍ଠରେ ପାଦ ଥାପିଥିଲେ ସେଠିକାର ମାଟିର ସ୍ଥିତି ବାବଦରେ ସୂଚନା ମିଳିଥାନ୍ତା। ହେଲେ ଏହେ ଚନ୍ଦ୍ର ଚାରିପଟେ ଘୁରିବୁଲୁଥିବା ଅର୍ବିଟର ଜରିଆରେ ଚନ୍ଦ୍ର ପୃଷ୍ଠରେ ଥିବା ସ୍ଥିତି ବାବଦରେ ଦେଖିବାକୁ ମିଳୁଛି। ଚନ୍ଦ୍ରରେ ଏବେ ସୋଡିୟମ୍, କ୍ୟାଲସିୟମ, ସିଲିକନ୍, ଟାଇଟେନିୟମ୍ ଏବଂ ଲୁହା ଭଳି ପଦାର୍ଥର ସ୍ଥିତି କଣ ରହିଛି ସେ ବାବଦରେ ଅର୍ବିଟର ଜରିଆରେ ଇସ୍ରୋର ବୈଜ୍ଞାନିକମାନେ ତଥ୍ୟ ସଂଗ୍ରହ କରୁଛନ୍ତି।

ଚନ୍ଦ୍ରଯାନ ୨ରେ ମହାକାଶକୁ ଯାଇଥିବା ଅର୍ବିଟରରେ ହାଇ ରିଜଲ୍ୟୁସନର କ୍ୟାମେରା ଲାଗିଛି। ଏହି କ୍ୟାମେରା ଜରିଆରେ ଚନ୍ଦ୍ରକୁ ପରିସ୍କାର ଭାବରେ ଦେଖିହେଉଛି। କେଉଁଠି ମାଟି, ଖାଲ ଢ଼ିପ ରହିଛି ସେ ବାବଦରେ ମଧ୍ୟ ଦେଖି ହେଉଛି।

ଇସ୍ରୋର ସୂଚନା ଅନୁଯାୟୀ ଚନ୍ଦ୍ରପୃଷ୍ଠରେ ବିକ୍ରମ ଲ୍ୟାଣ୍ଡର ହାର୍ଟ ଲ୍ୟାଣ୍ଡିଂ କରିବା ପରେ କୌଣସି ଯୋଗାଯୋଗ ହୋଇପାରି ନାହିଁ। ଆମେରିକାର ଗବେଷଣା ସଂସ୍ଥା ନାସା ମଧ୍ୟ ବିକ୍ରମ ଲ୍ୟାଣ୍ଡର ସହ ଯୋଗାଯୋଗ କରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା ଜାରି ରଖିଛି।



from Odisha Reporter https://ift.tt/2oNPPER

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages