ଅଙ୍ଗନବାଡ଼ି କେନ୍ଦ୍ରକୁ ଆସୁ ନାହାନ୍ତି ଦିଦି: କହୁଛନ୍ତି, ‘ପିଲାମାନେ ମୋ ଘରକୁ ଆସନ୍ତୁ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 4, 2019

ଅଙ୍ଗନବାଡ଼ି କେନ୍ଦ୍ରକୁ ଆସୁ ନାହାନ୍ତି ଦିଦି: କହୁଛନ୍ତି, ‘ପିଲାମାନେ ମୋ ଘରକୁ ଆସନ୍ତୁ’

ନୀଳଗିରି (ବିଶ୍ୱମ୍ୱର ଦାସ): ଅଙ୍ଗନବାଡ଼ି କର୍ମୀ ଅଛନ୍ତି। ଅତି ସୁନ୍ଦର ଅଙ୍ଗନବାଡ଼ି ଗୃହ ଅଛି। ପିଲା ବି ଅଛନ୍ତି। ହେଲେ ଅଙ୍ଗନକାଡ଼ି କେନ୍ଦ୍ର ଚାଲି ପାରୁନି। କାରଣ ଅଙ୍ଗନବାଡ଼ି କର୍ମୀ ସେଠାକୁ ଆସିବାକୁ ନାରାଜ। ଏପରି ଏକ ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ୍‌ ବାଉଁଶବଣିଆ ପଞ୍ଚୟତ ଅଧୀନ ଛୋଟ କାନପୁର ଗାଁରୁ।

ପୂର୍ବରୁ ଏ ଗାଁରେ ଅଙ୍ଗନବାଡ଼ି ଗୃହ ନଥିଲା। ତେଣୁ ପିଲାମାନେ ଅଙ୍ଗବାଡ଼ି କର୍ମୀଙ୍କ ଘରେ ପାଠ ପଢ଼ୁଥିଲେ। ତେବେ ସେମାନଙ୍କୁ ସେଠାରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା। ୩ ବର୍ଷ ତଳେ ଅଙ୍ଗନବାଡ଼ି ଗୃହ ପାଇଁ ଅର୍ଥ ମଞ୍ଜୁର ହୋଇଥିଲା ଓ ନିର୍ମାଣ କାର୍ଯ୍ୟ ବି ସରିଯାଇଥିଲା। ବିଭିନ୍ନ ପ୍ରକାର ଚିତ୍ର ସହିତ ଅତି ସୁନ୍ଦର ଭାବେ ଏହି ଅଙ୍ଗନବାଡ଼ି କେନ୍ଦ୍ରଟି ତିଆରି ହୋଇଛି। ହେଲେ ଏଠାରେ ଆଜି ଯାଏ ଅଙ୍ଗନବାଡ଼ି କର୍ମୀ କି ପାଚିକାଙ୍କ ପାଦ ପଡ଼ି ନଥିବା ଅଭିଯୋଗ ହୋଇଛି। ଅଙ୍ଗନବାଡ଼ି କେନ୍ଦ୍ରରେ ପିଲାମାନେ ଖେଳ ଖେଳରେ ଅନେକ କଥା ଶିଖନ୍ତି। ତା’ଛଡ଼ା ସେଠାରେ ସେମାନଙ୍କୁ ଖାଇବାକୁ ମଧ୍ୟ ଦିଆଯାଏ। ହେଲେ ଏ ଗାଁର ପିଲାମାନେ ଏସବୁ ସୁବିଧାରୁ ବଞ୍ଚିତ ହୋଇଛନ୍ତି। ଅଙ୍ଗନବାଡ଼ି କର୍ମୀ ଆସୁ ନଥିବା ଯୋଗୁ ଅଭିଭାବକମାନେ ପିଲାମାନଙ୍କୁ ଛାଡ଼ୁ ନାହାନ୍ତି। ତଥାପି କିଛି ପିଲା ଆସୁଛନ୍ତି ଓ ଖେଳାଖେଳି କରି ଚାଲି ଯାଉଛନ୍ତି।

ଅନ୍ୟପକ୍ଷରେ ଅଙ୍ଗନବାଡ଼ି କେନ୍ଦ୍ର ଚାଲୁ ନଥିବାରୁ ଏବେ ଏହା କ୍ଲବ୍ ଘର ପାଲଟି ଗଲାଣି। କିଏ ଆସି ଏଠାରେ କ୍ୟାରମ୍ ଖେଳୁଛନ୍ତି ତ ଆଉ କିଏ ଭୋଜି କରୁଛନ୍ତି। କିଛି ଲୋକଙ୍କୁ ଏଠାରେ ମଦ ପିଇବାକୁ ବି ସୁବିଧା ହେଉଛି। ପୁଣି ସନ୍ଧ୍ୟାରେ ଏଠାରେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ମଧ୍ୟ ଜମୁଛି।

କୈଳାସ ଶ ନାମକ ଜଣେ ବ୍ୟକ୍ତି କହିଛନ୍ତି, “ଅଙ୍ଗନବାଡ଼ି ଘର ହେବାରେ ୩ ବର୍ଷ ହେଲାଣି। ହେଲେ ଦିଦି ଏଠାକୁ ଆସିବାକୁ ରାଜି ହେଉ ନାହାନ୍ତି। ଏନେଇ ଆମେ ଜିଲ୍ଲାପାଳ, ବିଡିଓ ଓ ସପୁରଭାଇଜରଙ୍କୁ  ଲିଖିତ ଅଭିଯୋଗ କରିଛୁ। କିନ୍ତୁ କେହି ଆମ କଥା ଶୁଣୁ ନାହାନ୍ତି। ଆମେ ଚାହୁଁଛୁ ଏଠାକୁ ଦିଦି ଆସି ଛୁଆ ମାନଙ୍କୁ ପାଠ ପଢ଼ାଇଲେ ଭଲ ହେବ। ଗାଁରେ ପ୍ରାୟ ୭୦ ପିଲା ଅଛନ୍ତି, ଯେଉଁମାନେ ଅଙ୍ଗନବାଡ଼ି ଆସିବା କଥା। ସେମାନଙ୍କ ମଧ୍ୟରୁ ୩୦ ପିଲା ଅଙ୍ଗବାଡ଼ି କେନ୍ଦ୍ରକୁ ଆସୁଛନ୍ତି। ହେଲେ ଦିଦି ଆସୁନାହାନ୍ତି।”

ଲଳିତା ସେଠୀ ନାମକ ଜଣେ ଅଭିଭାବକ କହିଛନ୍ତି, “ଅଙ୍ଗବାଡ଼ି କେନ୍ଦ୍ରକୁ ଦିଦି ଆସୁ ନାହାନ୍ତି। ପିଲାଙ୍କୁ ପଢ଼ାଉ ନାହାନ୍ତି। ଯାହା ଖାଦ୍ୟ ଆସୁଛି ସେସବୁ ନିଜେ ରଖୁଛନ୍ତି। ପିଲାଙ୍କୁ ଖାଇବାକୁ ଦିଆଯାଉନି। ପିଲାଏ ତାଙ୍କ ଘରକୁ ଯା’ନ୍ତୁ ବୋଲି ଦିଦି ଚାହୁଁଛନ୍ତି। ଏଠାକୁ ନଆସିବାକୁ ସେ ଜିଦ୍ କରୁଛନ୍ତି। ତାଙ୍କ ନାଁରେ ବହୁତ ଅଭିଯୋଗ କରାଯାଇଛି। ଜିଲ୍ଲାପାଳଙ୍କୁ ମଧ୍ୟ ଅଭିଯୋଗ କରାଯାଇଥିଲା। କିନ୍ତୁ କିଛି ସୁଫଳ ମିଳିନି।”

ଏନେଇ ଉକ୍ତ ଅଙ୍ଗନବାଡ଼ି ଦିଦିଙ୍କ ପ୍ରତିକ୍ରିୟା ମିଳି ନଥିବା ବେଳେ ନୀଳଗିରି ଉପ-ଜିଲ୍ଲାପାଳ ହରିଶ ଜେନା କହିଛନ୍ତି, “ଏନେଇ ଆମ ପାଖରେ ଖବର ଅଛି। ଖୁବ୍‌ଶୀଘ୍ର ଉକ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ଚାଲୁ କରାଯିବ। ଏହା ସହ ଅଙ୍ଗନବାଡ଼ି କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।”

 



from Odisha Reporter https://ift.tt/2MgBZ5P

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages