ଛାତ୍ରଙ୍କ ଉପରେ ପ୍ରିନ୍ସପାଲ୍ ଓ ଆକାଉଣ୍ଟାଣ୍ଟଙ୍କ ଦାଦାଗିର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 18, 2019

ଛାତ୍ରଙ୍କ ଉପରେ ପ୍ରିନ୍ସପାଲ୍ ଓ ଆକାଉଣ୍ଟାଣ୍ଟଙ୍କ ଦାଦାଗିର

ଉଦଳା (ମାନସ ପାଣି ): ମୋ ସରକାର  ଲାଗୁ ହେବା  ପରଠୁ କାର୍ଯ୍ୟ କ୍ଷେତ୍ରରେ  ସରକାରୀ କର୍ମଚାରୀଙ୍କ ଔଦ୍ଧତ୍ୟକୁ କୌଣସି ସ୍ଥିତିରେ ବି ବରଦାସ୍ତ କରାଯିବ ନାହିଁ ବୋଲି ଚରମ ବାଣୀ ଶୁଣାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏହାସତ୍ତ୍ୱେ ବିଭିନ୍ନ ସ୍ଥାନରେ ଅଧିକାରୀମାନେ ସାଧାରଣ ଲୋକଙ୍କୁ ଦୁର୍ବବ୍ୟବହାର ପ୍ରଦର୍ଶନ କରିବା ସହ କଥା ହାତାହାତି ପର୍ଯ୍ୟନ୍ତ ପହଞ୍ଚି ଯାଉଛି। ଏପରି ଚିତ୍ର ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା  ପୁରୁଣା ବାରିପଦା ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟରେ।

ଏଠାରେ ଜଣେ ଯୁକ୍ତ୩ ଦ୍ୱିତୀୟ ବର୍ଷ ଛାତ୍ର ସିଏଲ୍‌ସି ନେବା ପାଇଁ କହିବାରୁ କଲେଜ ପ୍ରିନ୍ସପାଲ୍‌, ଆକାଉଣ୍ଟାଣ୍ଟଙ୍କ ଆକ୍ରୋଶର ଶିକାର ହୋଇଥିବା ଜଣାଯାଇଛି। ଏପରି କି ସମ୍ପୃକ୍ତ ଛାତ୍ରଙ୍କୁ ଉକ୍ତ ଅଧିକାରୀଦ୍ୱୟ ମିଳିତ ଭାବେ ଆକ୍ରମଣ କରିଥିଲେ। ଫଳରେ ପ୍ରିନ୍ସପାଲ୍‌ଙ୍କ ଚାମ୍ବର କିଛି ସମୟ ପାଇଁ ଋଣକ୍ଷେତ୍ରରେ ପରିଣତ ହୋଇଗଲା । ଛାତ୍ରଙ୍କ ଉପରେ କଲେଜ ପ୍ରିନ୍ସିପାଲ୍ ଓ ଆକାଉଣ୍ଟାଣ୍ଟଙ୍କ  ଦାଦାଗିରର ପୁରା ଦୃଶ୍ୟ  ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଏହା ପ୍ରଘଟ ହେବା ପରଠୁ କଲେଜ ପରିସରରେ  ଉତ୍ତେଜନା ଦେଖାଦେଇଛି।

ଅଭିଯୋଗ ଅନୁସାରେ, ଯୁକ୍ତି ୩ ଦ୍ୱିତୀୟ ବର୍ଷର ଛାତ୍ର ଦେବାଶିଷ ମହାନ୍ତ କଲେଜରୁ ସିଏଲ୍‌ସି ନେବା ପାଇଁ ମାସେ  ପୂର୍ବେରୁ ଆବେଦନ କରିଥିଲେ । ପୂର୍ବରୁ ନିଜେ ପ୍ରିନ୍ସପାଲ୍ ଏଥିପାଇଁ ୫ ହଜାର ଟଙ୍କା ମାଗିଥିବା ବେଳେ, ଗତକାଲି ସାଢ଼େ ୭ ହଜାର ଟଙ୍କା ଦାବି କରିଥିବା ଛାତ୍ରଜଣକ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜଣାଇଛନ୍ତି । କିନ୍ତୁ ଛାତ୍ର ଜଣକ ଏହା ଦେବାକୁ ମନା କରିବାରୁ ସେଠାରେ ଉପସ୍ଥିତ ଥିବା ଆକାଉଣ୍ଟାଣ୍ଟ୍ ଓ ପ୍ରିନ୍ସପାଲଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା ।

 

ପ୍ରଥମେ  ଆକାଉଣ୍ଟାଣ୍ଟ୍ ଶଶିଭୂଷଣ ମିଶ୍ର  ଓ ଛାତ୍ର ଦେବାଶିଷଙ୍କ ମଧ୍ୟରେ ଯୁକ୍ତିତର୍କ, ହାତାହାତି ଓ ଠେଲାପେଲାରୁ କଥା ପୁରାପୁରି ମାରପିଟ୍‌ରେ ପହଞ୍ଚିଥିଲା। ସବୁ ଦେଖୁଥିବା ପ୍ରିନ୍ସପାଲ୍‌ ବି ଘଟଣାର ସମାଧାନ କରିବା ପରିବର୍ତ୍ତେ ଏଥିରେ ସାମିଲ ହୋଇଗଲେ।  ଏପରି କି ସେ ନିଜ ଚ୍ୟାମ୍ବର୍ କବାଟ ବନ୍ଦ କରି  ଛାତ୍ରଙ୍କ ମୋବାଇଲ୍ ଛଡ଼ାଇ ଆଣି ତଳେ ଫୋପାଡ଼ି ଭାଙ୍ଗି ପକାଇଲେ।  ଏଥିରେ କଲେଜର ଅନ୍ୟ ଜଣେ କର୍ମଚାରୀ ମଧ୍ୟ ସହଯୋଗ କରିଥିଲେ ।

ଏନେଇ ପ୍ରିନ୍ସିପାଲ୍ ମନୋଜ ସାହୁଙ୍କୁ ପଚାରିବାରୁ,  ତାଙ୍କ ମାନସିକ ସ୍ଥିତି ଠିକ୍‌ ନ ଥିବା ବେଳେ ଛାତ୍ର ଜଣକ ଦୁର୍ବ୍ୟବହାର କରିଥିଲେ। ହେଲେ ଗଭର୍ଣ୍ଣି ବଡି ମିଟିଂ ଡାକି ସେ ଘଟଣାର ଆପୋଷ ସମାଧାନ କରିଦେବେ ବୋଲି କହିଥିଲେ।

ଏହି ଘଟଣା ଜଣାପଡ଼ିବା ପରେ, ଉତ୍ତ୍ୟକ୍ତ ଛାତ୍ରମାନେ ଗତକାଲି ପ୍ରିନ୍ସପାଲଙ୍କ ଚାମ୍ବର ଓ ମୁଖ୍ୟ ଫାଟକରେ ତାଲା ପକାଇଥିଲେ। ଖବର ପାଇ ପୁଲିସ୍‌ ପହଞ୍ଚି ତାଲା ଖୋଲି ପ୍ରିନ୍ସପାଲଙ୍କୁ ବାହାର କରିଥିଲ॥ ଏହାପରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହୋଇଥିଲା।



from Odisha Reporter https://ift.tt/31ylMil

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages