ବୋହୂକୁ ନେଇ ଏମିତି କିଛି କହିଲେ ଅମିତାଭ, ଆରମ୍ଭ ହେଲା ଚର୍ଚ୍ଚା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 18, 2019

ବୋହୂକୁ ନେଇ ଏମିତି କିଛି କହିଲେ ଅମିତାଭ, ଆରମ୍ଭ ହେଲା ଚର୍ଚ୍ଚା

ମୁମ୍ବାଇ: ଅମିତାଭ ବଚ୍ଚନ ଗତକାଲି ସନ୍ଧ୍ୟାରେ ଏକ ଟ୍ୱିଟ୍ କରିଥିଲେ। ଆଉ ଏହି ଟ୍ୱିଟ୍‌କୁ ନେଇ ଜୋର ଚର୍ଚ୍ଚା ଚାଲିଛି। ଏଥିରେ ଅମିତାଭ୍ ଲେଖିଥିଲେ, ‘ଲୋକେ ସବୁ ବେଳେ କହନ୍ତି, ଆରେ ଇଏ ହେଉଛି ଆମ ଘରର ବୋହୂ। କିନ୍ତୁ ସେମାନେ କହନ୍ତି ନାହିଁ, ଆରେ ଏହା ଆମ ବୋହୂର ଘର।’

ଏ ଖବର ଲେଖାଯିବା ବେଳକୁ ତାଙ୍କର ଏହି ଟ୍ୱିଟ୍‌କୁ ୨୫ ହଜାର ଲୋକ ଲାଇକ୍ କରିଥିବା ବେଳେ ୨,୩୦୦ରୁ ଅଧିକ ଥର ରିଟ୍ୱିଟ୍ କରାଯାଇଛି। ତା’ସହିତ ପାଖାପାଖି ୨୦୦୦ ଲୋକ ଏହା ଉପରେ ସେମାନଙ୍କ ପ୍ରତିକ୍ରିୟା ରଖିଛନ୍ତି। ଅନେକ ଲୋକ ତାଙ୍କର ଏହି କଥାକୁ ପସନ୍ଦ କରିଛନ୍ତି ଓ ଏମିତି ହେବା କଥା ବୋଲି କହିଛନ୍ତି। ଲୋକେ ପ୍ରତିକ୍ରିୟା ଦେଇ ସମାଜରେ ମହିଳାଙ୍କୁ ସମାନ ଅଧିକାର ମିଳିବା ଉଚିତ୍‌ ବୋଲି କହିଛନ୍ତି। ଅବଶ୍ୟ କିଛି ଲୋକ ନକାରାତ୍ମକ ପ୍ରତିକ୍ରିୟା ବି ଦେଇଛନ୍ତି। ଆଉ କେହି କେହି କହିଛନ୍ତି ଯେ ଅମିତାଭ ପୁରୁଷମାନଙ୍କ ପାଇଁ ବି କିଛି ଲେଖନ୍ତୁ।

ସୂଚନାଯୋଗ୍ୟ, ଅମିତାଭ ବଚ୍ଚନ ସୋଶାଲ୍‌ ମିଡିଆରେ ପ୍ରାୟ ସମୟ ସକ୍ରିୟ ରହନ୍ତି। ଟ୍ୱିଟରରେ ସେ ତାଙ୍କ ଫିଲ୍ମ ସମ୍ପର୍କିତ ସୂଚନା ଦେବା ସହ ଅନେକ ସମୟରେ ବିଭିନ୍ନ ପ୍ରସଙ୍ଗରେ ମତ ରଖନ୍ତି। ଏହା ସହିତ ତାଙ୍କ ବାପା ହରିବଂଶ ରାୟ ବଚ୍ଚନଙ୍କର କବିତା ମଧ୍ୟ ଶେଆର କରିଥା’ନ୍ତି।



from Odisha Reporter https://ift.tt/2J3fJfa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages