ରଙ୍ଗବତୀ ଗୀତରେ ମଞ୍ଚ ଦୁଲୁକିଲା, ଝୁମିଲା ନାଇଜେରିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 24, 2019

ରଙ୍ଗବତୀ ଗୀତରେ ମଞ୍ଚ ଦୁଲୁକିଲା, ଝୁମିଲା ନାଇଜେରିଆ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ରଙ୍ଗବତୀ ଗୀତର କ୍ରେଜ୍ କେବଳ ଦେଶରେ ନୁହେଁ, ବିଦେଶରେ ବି ଖୁବ୍‌ ରହିଛି। ଆନମନା କରି ଦେଉଥିବା ଏହି ଗୀତ ଶୁଣୁଥିବା ଦର୍ଶକ ଏହାର ତାଳେ ତାଳେ ନ ଝୁମି ରହିବା ଅସମ୍ଭବ। ବିଦେଶ ମାଟିରେ ବି ରଙ୍ଗବତୀ ଧୂନ୍‌ରେ ସବୁବେଳେ ଝୁମି ଆସୁଛନ୍ତି ଦର୍ଶକ।

ସୁଦୂର ନାଇଜେରିଆର ଆବୁଜାରେ ରଙ୍ଗବତୀ ଗୀତର ତାଳେ ତାଳେ ପ୍ରବାସୀ ଓଡ଼ିଆ  ନୃତ୍ୟ ପରିବେଷଣ କରିଛନ୍ତି । ଏହି ଗୀତ ଆରମ୍ଭ ହେଉ ହେଉ ମଞ୍ଚ ଦୁଲୁକିଲା, ସମସ୍ତେ ଝୁମିଲେ ।  ଗୀତ ଆରମ୍ଭ ହେବା ମାତ୍ରେ ପ୍ରବାସୀ ଓଡ଼ିଆଙ୍କ ସହ ବିଦେଶୀମାନେ ବି ତାଳ ମିଶାଇଲେ। ସମସ୍ତଙ୍କୁ ମତୁଆଲା କରି ଦେଉଥିବା ଏହି ଗୀତରେ କମ୍ପି ଉଠିଲା ପରିବେଶ।  ଭାରତୀୟ ସଂସ୍କୃତି ଆସୋସିଏସନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ନୃତ୍ୟ ମାଧ୍ୟମରେ  ଓଡ଼ିଶାର ଲୋକକଳାକୁ ପ୍ରବାସୀ ଓଡ଼ିଆ ନାଇଜେରିଆ ମାଟିରେ ପ୍ରଦର୍ଶନ କରିଛନ୍ତି ।

ଏହାକୁ ମନଭରି ଉପଭୋଗ କରିଛନ୍ତି ପ୍ରବାସୀ ଓଡ଼ିଆ ଓ ନାଇଜେରିଆବାସୀ । ସୁରେନ୍ଦ୍ର, ବିଘ୍ନରାଜ, ଅମିତ, ସତ୍ୟ, ସୁନୀଲ, ଦିବ୍ୟା, ପିଙ୍କି ଓ ଅନିତା ପ୍ରମୁଖ ପ୍ରବାସୀ ଓଡ଼ିଆଙ୍କ ପ୍ରତିନିଧିତ୍ୱ କରି ନୃତ୍ୟ ପରିବେଷଣ କରିଥିଲେ । ଏହାକୁ ସମସ୍ତେ ପ୍ରଶଂସା କରିଛନ୍ତି ।



from Odisha Reporter https://ift.tt/2XHvy0Y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages