ବନ୍ଧୁକ ଛାଡ଼ି ଝାଡ଼ୁ ଧରିଲେ, ମଣିଷ ମାରୁଥିବା ମଣିଷର ବଦଳି ଯାଇଛି ମାନସିକତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 24, 2019

ବନ୍ଧୁକ ଛାଡ଼ି ଝାଡ଼ୁ ଧରିଲେ, ମଣିଷ ମାରୁଥିବା ମଣିଷର ବଦଳି ଯାଇଛି ମାନସିକତା

ମାଲକାନଗିରି (ଜିତେନ୍ଦ୍ର ବେଉରା):ହାତରେ ଆଉ ବନ୍ଧୁକ ନାହିଁ, କି ଦେହରେ ବି ନାହିଁ ମାଓ ୟୁନିଫର୍ମ । କେବେଠୁ ମନରୁ ପୋଛି ଗଲାଣି ଜଙ୍ଗଲ୍ ରାଜ୍, ନକ୍ସଲି ହିଂସା ଓ ଲାଲ୍ ଚିନ୍ତାଧାରା। ଏବେ ପାଲଟିଯାଇଛନ୍ତି ସାଧାରଣ ମଣିଷଟିଏ ପରି। ମୁଣ୍ଡ ଟେକି ବଞ୍ଚିବାର ଇଚ୍ଛାରେ ହିଂସାର ପଥର ଛାଡ଼ି ଶାନ୍ତିରେ ବଞ୍ଚିବାର ରାସ୍ତାକୁ ଆପଣେଇଛନ୍ତି।

ହାତରେ ଝାଡ଼ୁ ପୋଛା, ଦେହରେ ନୀଳ ପୋଷାକ ଓ ଆଖିରେ ଝଲସୁଛି ସ୍ୱାବଲମ୍ବୀ ହେବାର ଝୁଙ୍କ୍।

ମାଲକାନଗିରିର ଘଞ୍ଚ ଜଙ୍ଗଲ ଭିତରେ ହଜିଯାଇଛି ଏମାନଙ୍କ ଭିତରର ଦୁର୍ଦ୍ଦାନ୍ତ ମାଓବାଦୀ । ଆଉ ଏଠି ଯିଏ ବଞ୍ଚିଛି, ସିଏ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଫେଇ କର୍ମଚାରୀ ମାଳତୀ କାବାସି ଓ ଦେବୀ ମାଢ଼ୀ ।

ଦୀର୍ଘବର୍ଷ ଧରି ଲାଲ୍ ବାହିନୀରେ କାର୍ଯ୍ୟ କରୁଥିବା ଏହି ଦୁଇ ମାଓନେତ୍ରୀ ଆତ୍ମସମର୍ପଣ କରିବା ପରେ ଏମାନଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସଫେଇ କର୍ମଚାରୀ ଭାବେ ନିଯୁକ୍ତି ମିଳିଛି।

ମାଳତୀ କାବାସିଙ୍କର ଲାଲ୍‌ବାହିନୀରେ ଦୀର୍ଘ ୮ବର୍ଷର ସଂପୃକ୍ତି। ବୈପାରିଗୁଡ଼ା ଦଲମ୍‌ରେ ରହି ଆଲମପାକା, ବୈପାରୀଗୁଡ଼ା ଥାନା ଓ ରାମଗିରି ଥାନା ଭଳି ୧୨ରୁ ଅଧିକ ସ୍ଥାନରେ ହିଂସାକାଣ୍ଡରେ ଜଡ଼ିତ ଥିଲେ ମାଳତୀ ।

ସେହିପରି ଦେବୀ ମାଢ଼ୀ ବି କାଲିମେଳା ଦଲମରେ ଏସିଏମ୍ ଭାବେ ବିଚ୍ଛିନ୍ନାଞ୍ଚଳରେ ନିଜ ଗତିବିଧି ଚଳାଇଥିଲେ।  ରାମାଗୁଡ଼ା ଏନ୍‌କାଉଣ୍ଟର, ଦାମନଯୋଡ଼ି ମାଇନ୍ସ ଆକ୍ରମଣ ପରି ଇଏ ବି ପ୍ରାୟ ୧୨ଟି ହିଂସାକାଣ୍ଡରେ ଜଡ଼ିତ ଥିଲେ। କିନ୍ତୁ ହିଂସା, ରକ୍ତପାତ ଓ ଆତଙ୍କରେ ଅଣନିଶ୍ୱାସୀ ହେବା ପରେ ଏମାନେ ଖାଲି ଆତ୍ମସମର୍ପଣ କଲେନି, ଚାହିଁଲେ ଆତ୍ମ ନିର୍ଭରଶୀଳ ହେବାକୁ।  ମାଲକାନଗିରି ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ସଫେଇ କର୍ମଚାରୀ ଆବଶ୍ୟକତା ଥିବା ଜାଣି ଆବେଦନ କଲେ ଓ ନିଯୁକ୍ତି ବି ପାଇଲେ ।

ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଦୁଇ ମହିଳାଙ୍କ ପରିବର୍ତ୍ତନର ଏହି ଅସାଧାରଣ କାହାଣୀ ସତରେ ପ୍ରଶଂସନୀୟ।



from Odisha Reporter https://ift.tt/2rm5gpb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages