ଆଜିଠୁ ଶୀତ ଅଧିବେଶନ; ସରକାରଙ୍କୁ ଘେରିବାକୁ ବିରୋଧୀ ପ୍ରସ୍ତୁତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 12, 2019

ଆଜିଠୁ ଶୀତ ଅଧିବେଶନ; ସରକାରଙ୍କୁ ଘେରିବାକୁ ବିରୋଧୀ ପ୍ରସ୍ତୁତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠୁ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ। ୩୦ଟି କାର୍ଯ୍ୟଦିବସ ଥିବା ଏହି ଅଧିବେଶନର ପ୍ରଥମରୁ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ। ଲମ୍ବା ଅଧିବେଶନରେ ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ପାଖରେ ନାରୀ ନିର୍ଯାତନାଠାରୁ ଆରମ୍ଭ କରି ଆଇନଶୃଙ୍ଖଳା, ଚାଷୀ ସମସ୍ୟା, ଆବାସ କେଳାଙ୍କରୀ ପରି ଅନେକ ପ୍ରସଙ୍ଗ  ରହିଛି। ରଣନୀତି ପ୍ରସ୍ତୁତ ପାଇଁ ଗତକାଲି ସନ୍ଧ୍ୟାରେ କଂଗ୍ରେସ ବିଧାୟକ ଦଳ ବୈଠକ ବସିଥିଲା। ସେହିପରି ଆଜି ଦିନ ୧୦ଟାରେ ବିଜେଡି ଓ ବିଜେପି ବିଧାୟକ ଦଳ ବୈଠକ ମଧ୍ୟ ବସିବ।

ଅନ୍ୟପକ୍ଷରେ ଓଡ଼ିଶା ବିଧାନସଭାକୁ ପେରରଲେସ୍ କରିବା ପାଇଁ ପ୍ରକିୟା ଆରମ୍ଭ ହୋଇଛି। ପ୍ରଥମେ ପ୍ରଶ୍ନ ଉତ୍ତରଗୁଡିକ ନ୍ୟାସନାଲ ଇ-ବିଧାନ  ଆପ୍ଲିକେସନ  ବା ନେଭା ଆପ୍ ମାଧ୍ୟମରେ ଉପଲବ୍ଧ ହେବ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି। ବିଧାୟକମାନେ ଚାହିଁଲେ ଏହି ଆପ୍ ମାଧ୍ୟମରେ ପ୍ରଶ୍ନ ପଚାରି ଅନଲାଇନରେ ଉତ୍ତର ପାଇ ପାରିବେ। ତେବେ ଯେଉଁ ବିଧାୟକ ଏନେଇ ପ୍ରଶିକ୍ଷଣ ନେବାକୁ ଚାହିଁବେ ସେମାନଙ୍କୁ ଏହି ସୁଯୋଗ ଦିଆଯିବ। ଏହାସହ ବିଧାନସଭାକୁ ସମ୍ପୂର୍ଣ୍ଣ ଓ୍ୱାଇଫାଇ କରାଯିବ ବୋଲି ବାଚସ୍ପତି କହିଛନ୍ତି।

ବିଧାନସଭା ଅଧିବେଶନ ପୂର୍ବରୁ ଗତକାଲି  ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ ପୁଲିସ ଡିଜି ବି.କେ. ଶର୍ମା।



from Odisha Reporter https://ift.tt/2NG7xnQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages