ଆଜି ଛାଡ଼ଖାଇ; ସକାଳୁ ଜମିଲାଣି ଭିଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 12, 2019

ଆଜି ଛାଡ଼ଖାଇ; ସକାଳୁ ଜମିଲାଣି ଭିଡ଼

କଟକ(ଓଡ଼ିଶା ରିପୋର୍ଟର): ଆଜି ଛାଡ଼ଖାଇ ।  ଧର୍ମ ମାସ କାର୍ତ୍ତିକ ଯୋଗୁ ପାଇଁ  ମାସେ ହେଲା ଆମିଷ  ଖାଇ ନ ଥିବା ଲୋକେ ଆଜି ଆମିଷ ଆଣିବା ପାଇଁ ସକାଳୁ ଭିଡ଼ ଜମାଇଦେଲେଣି। ଯୋଗକୁ ଏଥର ଛାଡ଼ଖାଇ ବୁଧବାର ପଡ଼ିଛି । ଯାହାକି ସମସ୍ତଙ୍କୁ ସୁହାଉଛି। ତେଣୁ ଘରେ ମଟନ, ଚିକେନ କି ମାଛ  ହେବ ତାହା ଆଗରୁ ଫାଇନାଲ୍‌ ହୋଇ ସାରିଛି।   କାଳେ ସରିଯିବ ସେଇ ଚିନ୍ତାରେ ଭୋରୁ ଭୋରୁ ଆମିଷ ବଜାରରେ ଭିଡ଼ ଲାଗିଲାଣି । ଏହାକୁ ଆଖି ଆଗରେ ରଖି ଆଜି ଆମିଷ ବଜାର ବି ଚଳଚଞ୍ଚଳ।

ରାଜଧାନୀ ଭୁବନେଶ୍ୱରର ୟୁନିଟ୍ ୪ ମାଛ ବଜାର, ଡମଣା, ଚନ୍ଦ୍ରଶେଖରପୁର ଭଳି ବିଭିନ୍ନ ବଜାରରେ ଲୋକେ ମାଛ କିଣିବାକୁ ପହଞ୍ଚିଛନ୍ତି । ସେହିପରି କଟକ, ବ୍ରହ୍ମପୁର, ବାଲେଶ୍ୱର, ସମ୍ବଲପୁର, ରାଉରକେଲା, ଜୟପୁର ଭଳି ସହରରେ ବି ସକାଳୁ ସକାଳୁ ଆମିଷ ମାର୍କେଟରେ ଲୋକଙ୍କ ଭିଡ଼ ଜମିଛି । ଅନ୍ୟ ଦିନ ଅପେକ୍ଷା ଆଜି ଆମିଷ ଚାହିଦା ଅଧିକ ଥିବାରୁ ଦର  କିଛିଟା ଅଧିକ ରହିଛି । ବ୍ୟବସାୟୀମାନେ ବି ଲୋକଙ୍କ ଚାହିଦାକୁ ଆଖି ଆଗରେ ରଖି ଅଧିକ ପରିମାଣର ମାଛ ଆମଦାନୀ କରିଛନ୍ତି । ସେହିପରି ଆଜି ବିଭିନ୍ନ ହୋଟେଲ୍, ରେଷ୍ଟୋରାଣ୍ଟରେ ଲୋକଙ୍କ ଭିଡ଼ ବି ଦେଖିବାକୁ ମିଳିବ । ଯାହାକୁ ଆଖି ଆଗରେ ରଖି କିଛି ହୋଟେଲ୍‌ରେ ସ୍ୱତନ୍ତ୍ର ଆୟୋଜନ ମଧ୍ୟ ହୋଇଛି ।



from Odisha Reporter https://ift.tt/2X80ffC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages