ପୁରୀ(ମଧୁସୂଦନ ମିଶ୍ର): ପୁରୀ ସିଂହଦ୍ୱାର ସମ୍ମୁଖରେ ଭିଡ଼ ନିୟନ୍ତ୍ରଣ ଆଳରେ କିଛି ମହିଳା ଭକ୍ତଙ୍କୁ ପୁଲିସ୍ ଅସଦାଚରଣ କରୁଥିବା ନେଇ ସୋଶାଲ୍ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ପୁଲିସ୍ ଜଣେ ମହିଳାଙ୍କୁ ସର୍ବସମ୍ମୁଖରେ ମାଡ଼ ମାରିବା ସହ ଠେଲି ଦେଇ ତଳେ ଗଡ଼ାଇ ଦେଉଥିବା ଦେଖିବାକୁ ମିଳିଛି।
ମହାପ୍ରଭୁଙ୍କ ଦର୍ଶନ ଲାଗି ଧାଡ଼ିରେ ଥିବା କିଛି ମହିଳା ଆଗକୁ ବଢିବାକୁ ଉଦ୍ୟମ କରୁଥିଲେ। ଉକ୍ତ ସମୟରେ ସେଠାରେ ପୁରୁଷ ଓ ମହିଳା ପୁଲିସ୍ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ । କିନ୍ତୁ ମହିଳା ପୁଲିସ୍ ପରିବର୍ତ୍ତେ ପୁରୁଷ ପୁଲିସ୍ ମହିଳା ଭକ୍ତଙ୍କୁ ଦୁର୍ବ୍ୟବହାର କରୁଥିବା ସ୍ପଷ୍ଟ ଜଣାପଡ଼ୁଛି। ଏହି ଭିଡିଓ କେବେ ସୁଟ୍ ହୋଇଥିଲା ଜଣା ପଡ଼ି ନ ଥିଲେ ମଧ୍ୟ ଏହା ଭାଇରାଲ ହେବା ପରେ ସୋଶାଲ୍ ମିଡିଆରେ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଛି।
from Odisha Reporter https://ift.tt/2XGrmys
No comments:
Post a Comment