ମୁମ୍ବାଇ: ଅମିତାଭ ବଚ୍ଚନ ଓ ଇମରାନ୍ ହାସମିଙ୍କ ଫିଲ୍ମ ‘ଚେହେରେ’ରୁ ଅଭିନେତ୍ରୀ କୃତି ଖରବନ୍ଦା ବାହାରିବା ପରେ ତାଙ୍କ ସ୍ଥାନ କିଏ ନେବେ, ସେ ନେଇ ଚର୍ଚ୍ଚା ଜୋର୍ ଧରିଥିଲା। କିନ୍ତୁ ଏବେ ଏହି ଆଲୋଚନାରେ ପୂର୍ଣ୍ଣଛେଦ ପଡ଼ିଛି। ନିର୍ମାତାଙ୍କୁ ନୂଆ ହିରୋଇନ୍ ମିଳିଯାଇଛନ୍ତି। ଆଉ ସେ ହେଉଛନ୍ତି ଟେଲି ଦୁନିଆର ଜଣେ ଚର୍ଚ୍ଚିତ ଅଭିନେତ୍ରୀ।
‘ଚେହେରେ’ର ଲିଡ୍ ହିରୋଇନ୍ ପାଇଁ ଟେଲି ଅଭିନେତ୍ରୀ କ୍ରିଷ୍ଟଲ୍ ଡିସୌଜାଙ୍କୁ ଫାଇନାଲ୍ କରାଯାଇଛି। କ୍ରିଷ୍ଟଲ ଏହି ରୋଲ୍ ପାଇଁ ଅଡିଶନ୍ ଦେଇଥିଲେ ଓ ପାସ୍ ହୋଇଥିଲେ। ତାଙ୍କ ଅଭିନୟ ସମସ୍ତଙ୍କୁ ବେଶ୍ ଭଲ ଲାଗିଥିଲା। ତେଣୁ ତାଙ୍କୁ ହିଁ ଫାଇନାଲ୍ କରାଯାଇଛି। ଏପରିକି କ୍ରିଷ୍ଟଲ୍ ଫିଲ୍ମ ସାଇନ୍ ମଧ୍ୟ କରିସାରିଲେଣି। ଖୁବ୍ଶୀଘ୍ର ସେ ଏହାର ଶୁଟିଂ ବି ଆରମ୍ଭ କରିଦେବେ। କ୍ରିଷ୍ଟଲ ଏ ନେଇ ‘ଚେହେରେ’ର ଶୁଟିଂ ସେଟ୍ରୁ ଏକ ଫଟୋକୁ ନିଜ ଟ୍ୱିଟର୍ ହାଣ୍ଡେଲ୍ରେ ଶେଆର କରିଛନ୍ତି।
Another first, shooting my first film with a dream team Directed by #RumiJaffery sir and produced by @anandpandit63 ! Honestly it couldn’t get any better🤩 @SrBachchan @emraanhashmi
Can’t wait for this one!! #chehre April 2020 !! Need all your love and blessings as always ✨ pic.twitter.com/ZMXsD1Yux0— Krystle Dsouza (@krystledsouza) November 23, 2019
ଏହା ପୂର୍ବରୁ ମୌନି ରୟ ଓ ଅଙ୍କିତା ଲୋଖଣ୍ଡେଙ୍କ ନାଁ ସାମ୍ନାକୁ ଆସିଥିଲା। ନିର୍ଦ୍ଦେଶକ ରୁମି ଜାଫେରୀ ଓ ପ୍ରୟୋଜକ ଆନନ୍ଦ ପଣ୍ଡିତଙ୍କର ପ୍ରଥମ ପସନ୍ଦ ଥିଲେ ମୌନି। କିନ୍ତୁ ମୌନି ଏବେ ତାଙ୍କ ଅପକମିଂ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ଶୁଟିଂରେ ବ୍ୟସ୍ତ ଥିବାରୁ ସେ ଏହି ଫିଲ୍ମ କରିବାକୁ ମନା କରି ଦେଇଥିଲେ।
ସୂଚନାଯୋଗ୍ୟ, ଫିଲ୍ମ ‘ଚେହେରେ’ ପାଇଁ ସର୍ବପ୍ରଥମେ କୃତି ଖରବନ୍ଦାଙ୍କୁ ସୁଯୋଗ ମିଳିଥିଲା। କିନ୍ତୁ ସେ ଫିଲ୍ମର ଶୁଟିଂ ସମୟରେ ଅନେକ ଦୃଶ୍ୟକୁ ନିଜ ହିସାବରେ କରିବାକୁ ଚାହିଁଥିଲେ। ନିର୍ଦ୍ଦେଶକ ତାଙ୍କ ହିସାବରେ କିଛି ଦୃଶ୍ୟ ବଦଳାଇଥିଲେ ମଧ୍ୟ। ହେଲେ ବାରମ୍ବାର ଏଭଳି ହେବାରୁ ତାଙ୍କୁ ନିର୍ମାତା ବାହାରର ରାସ୍ତା ଦେଖାଇ ଦେଇଥିଲେ ବୋଲି ଜଣାପଡ଼ିଛି।
‘ଚେହେରେ’ରେ ପ୍ରଥମ ଥର ପାଇଁ ଅମିତାଭ ବଚ୍ଚନ ଓ ଇମ୍ରାନ ହାସମୀ ଏକାଠି ଅଭିନୟ କରିବେ। ଏହା ଏକ ମିଷ୍ଟ୍ରି ଥ୍ରୀଲର୍, ଯାହାର ନିର୍ଦ୍ଦେଶନା ରୁମି ଜାଫେରୀ ଦେଉଥିବାବେଳେ ଆନନ୍ଦ ପଣ୍ଡିତ ଓ ଅମିତାଭ ବଚ୍ଚନ ଏହାକୁ ମିଳିତ ଭାବେ ପ୍ରଯୋଜନା କରୁଛନ୍ତି। ଫିଲ୍ମଟି ଆସନ୍ତା ବର୍ଷ ଏପ୍ରିଲ ୨୪ରେ ରିଲିଜ୍ ହେବ।
from Odisha Reporter https://ift.tt/2OdUH0o
No comments:
Post a Comment