ଆହୁରି ଲମ୍ବା ହେବ ‘ବିଗ୍ ବସ୍ ୧୩’; ସଲମାନ୍‌ଙ୍କୁ ମନାଇବାକୁ ଫିସ୍‌ ବଢ଼ାଇଲେ ନିର୍ମାତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 26, 2019

ଆହୁରି ଲମ୍ବା ହେବ ‘ବିଗ୍ ବସ୍ ୧୩’; ସଲମାନ୍‌ଙ୍କୁ ମନାଇବାକୁ ଫିସ୍‌ ବଢ଼ାଇଲେ ନିର୍ମାତା

ମୁମ୍ବାଇ: ‘ବିଗ୍‌ ବସ୍‌’ ସିଜିନ୍‌ ୧୩ ଏବେ ଟକ୍‌ଅଫ୍‌ ଦ ଟାଉନ୍‌ ହୋଇଛି। ଘର ଲୋକଙ୍କ କଳି ଝଗଡ଼ା ଓ କିଛି ରୋମାନ୍ସର ତଡ଼କା ଶୋ’କୁ ଭଲ ଟିଆର୍‌ପି ଦେଉଛି। ଏପରିକି ଟିଆର୍‌ପି ତାଲିକାର ଶ୍ରେଷ୍ଠ ୧୦ଟି ସ୍ଥାନରେ ବି ଏହା ରହୁଛି। ତେଣୁ ଶୋ’ର ନିର୍ମାତା ଏହାକୁ ଆହୁରି ଲମ୍ବାଇବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ପାଖାପାଖି ୧୦୦ ଦିନ ଚାଲିବାକୁ ଥିବା ଏହି ଶୋ’କୁ ଆହୁରି ୫ ସପ୍ତାହ ବଢ଼ାଇ ଦିଆଯାଇଛି। ତା’ସହିତ ଏହି ବର୍ଦ୍ଧିତ ସପ୍ତାହରେ କାମ କରିବାକୁ ଶୋ’ର ହୋଷ୍ଟ୍ ସଲ୍‌ମାନ୍ ଖାନ୍‌ଙ୍କୁ ବି ନିର୍ମାତା ରାଜି କରାଇବାରେ ସଫଳ ହୋଇଛନ୍ତି। ଏଥିପାଇଁ ତାଙ୍କ ଫିସ୍ ବଢ଼ାଇ ଦିଆଯାଇଛି। ପୂର୍ବରୁ କୁହାଯାଉଥିଲା ଯେ ସଲମାନ୍‌ ତାଙ୍କ ଅପ୍‌କମିଂ ଫିଲ୍ମ ପାଇଁ ଶୋ’କୁ ଆଧାରୁ ଛାଡ଼ିଦେବେ। ନଚେତ୍‌ ଶୁଟିଂ ସେଡ୍ୟୁଲ୍‌ରେ ବଡ଼ ପରିବର୍ତ୍ତନ କରିବେ। ହେଲେ ଆଉ ସେଭଳି ହେବ ନାହିଁ ବୋଲି ଖବର ମିଳିଛି।

ସଲ୍‌ମାନ୍‌ ଏହି ଶୋ’ ପାଇଁ ପ୍ରତି ସପ୍ତାହକୁ ୧୩ କୋଟି ଟଙ୍କା ଫିସ୍‌ ନେଉଛନ୍ତି। ତେବେ ଶୋ’ର ଅତିରିକ୍ତ ୫ ସପ୍ତାହ ପାଇଁ ତାଙ୍କର ଫିସ୍‌କୁ ୨ କୋଟି ଲେଖାଏ ବଢ଼ା ଯାଇଛି। ଅର୍ଥାତ୍ ଏହି ସପ୍ତାହ ଗୁଡ଼ିକରେ ସେ ୧୫ କୋଟି ଲେଖାଏ ନେବେ। ଏହି ଅତିରିକ୍ତ ୫ ସପ୍ତାହ ପାଇଁ ସେ ମୋଟ୍ ୭୫ କୋଟି ଟଙ୍କା ନେବେ। ଏ ସମ୍ପର୍କିତ ସୂଚନା ‘ବିଗ୍‌ ବସ୍‌ ଖବରି’ର ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରୁ ମିଳିଛି।  ଅବଶ୍ୟ ଏପର୍ଯ୍ୟନ୍ତ ଏ ନେଇ ଶୋ’ର ନିର୍ମାତାଙ୍କ ତରଫରୁ କୌଣସି ଘୋଷଣା କରାଯାଇନାହିଁ।  ‘ବିଗ୍‌ ବସ୍‌ ଖବରି’ ମୁତାବକ ସଲ୍‌ମାନ୍‌ଙ୍କୁ ପୂରା ‘ବିଗ୍‌ ବସ୍‌ ସିଜିନ୍‌ ୧୩’ ପାଇଁ ୨୭୦ କୋଟି ଟଙ୍କା ଦିଆଯିବ। ଏହି ଫ୍ୟାନ୍‌ ପେଜ୍‌ର କହିବା ଅନୁସାରେ ସଲ୍‌ମାନ୍‌ ଟେଲିଭିଜନ୍‌ ଇତିହାସର ସବୁଠୁ ହାଇଏଷ୍ଟ ପେଡ୍‌ ହୋଷ୍ଟ ହୋଇଯାଇଛନ୍ତି।

ଅନ୍ୟପକ୍ଷରେ ସଲ୍‌ମାନ୍‌ ଖୁବ୍‌ଶୀଘ୍ର ବଡ଼ ପରଦାରେ ନଜର ଆସିବେ। ଏଇ ଡିସେମ୍ବର ୨୦ରେ ତାଙ୍କ ଫିଲ୍ମ ‘ଦବଙ୍ଗ ୩’ ରିଲିଜ୍ ହେବ। ଏହି ଫିଲ୍ମରେ ତାଙ୍କ ସହ ସୋନାକ୍ଷୀ ସିହ୍ନା, ସାଇ ମାଞ୍ଜ୍ରେକର୍ ଓ ଅରବାଜ୍‌ ଖାନ୍‌ ପ୍ରମୁଖ ଅଛନ୍ତି। ପ୍ରଭୁ ଦେବା ଏହା ନିର୍ଦ୍ଦେଶନା ଦେଇଥିବା ବେଳେ ସଲ୍‌ମାନ୍‌, ଅରବାଜ୍‌ ଖାନ୍‌ ଓ ନିଖିଲ୍‌ ଦ୍ୱିବେଦୀ ମିଳିତ ଭାବେ ଏହାର ପ୍ରଯୋଜନା କରିଛନ୍ତି। ଏହା ବ୍ୟତୀତ ଆଗକୁ ଫିଲ୍ମ ‘ରାଧେ’ରେ ମଧ୍ୟ ସଲ୍‌ମାନ ନଜର ଆସିବେ। ଏଥିରେ ତାଙ୍କ ସହ ଦିଶା ପଟାନୀଙ୍କୁ ଦେଖିବାକୁ ମିଳିବ।  ଏହାର ନିର୍ଦ୍ଦେଶନା ଭାର ମଧ୍ୟ ପ୍ରଭୁ ଦେବା ସମ୍ଭାଳିଛନ୍ତି।



from Odisha Reporter https://ift.tt/2OoXhAM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages