ଦଳିଦେଲା ହାତୀ; ଚାଲିଗଲା ୨ ମହିଳାଙ୍କ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 26, 2019

ଦଳିଦେଲା ହାତୀ; ଚାଲିଗଲା ୨ ମହିଳାଙ୍କ ଜୀବନ

ବାରିପଦା/ ନୟାଗଡ଼(ଓଡ଼ିଶା ରିପୋର୍ଟର): ହାତୀ ଆକ୍ରମଣରେ ଚାଲିଗଲା ୨ ମହିଳାଙ୍କ ଜୀବନ। ଆଜି ଭୋରରୁ ନୟାଗଡ଼ ଓ ବାରିପଦାରେ ହାତୀ ଆକ୍ରମଣରେ ଏପରି ଅଘଟଣ ଘଟିଥିବା ଜଣାଯାଇଛି। ନୟାଗଡ଼ରେ ଜଣେ ବୃଦ୍ଧାଙ୍କୁ ହାତୀ ଦଳିଦେଇଥିବା ବେଳେ ବାରିପଦାରେ ଘରେ ଏକୁଟିଆ ଥିବା ଜଣେ ମହିଳାଙ୍କୁ ହାତୀ ମାରି ଦେଇଛି।

ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଚାନ୍ଦପୁର ଥାନା କେରଣ୍ଡାଟାଙ୍ଗି ପଞ୍ଚାୟତ ମୁକ୍ତାପୁର ପାତାଳେଶ୍ୱର ମନ୍ଦିର ନିକଟରେ ଆଜି ଭୋରରୁ ଘଟିଛି ଏହି ଅଘଟଣ। ଟାଙ୍ଗି ଥାନା ଭଜାଗଡ଼ ଗାଁର ଜଣେ ୬୫ ବର୍ଷୀୟା ବୃଦ୍ଧା ତାଙ୍କ ବନ୍ଧୁ ଘର ମୁକ୍ତାପୁରକୁ ଏକୁଟିଆ ଯାଉଥିଲେ।  ଏହି ସମୟରେ ପାତାଳେଶ୍ୱର ମନ୍ଦିର ନିକଟରେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ଘଟଣାସ୍ଥଳରେ ବୃଦ୍ଧାଙ୍କ ମୃତ୍ୟୁ ହୋଇଯାଇଛି।

ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିବା ବେଳେ  ଟାଙ୍ଗି ବନାଞ୍ଚଳ ଅଧିକାରୀ  ବିଳମ୍ବରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ଟାଙ୍ଗି ବନାଞ୍ଚଳରେ ହାତୀମାନେ ଫସଲ ନଷ୍ଟ କରୁଥିବାର ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ବନବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଉ ନ ଥିବାରୁ ଅସନ୍ତୋଷ ଦେଖାଦେଉଛି।

ସେହିପରି ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ କୁସୁମପୁରା ଗାଁରେ ମଧ୍ୟ ଆଜି ଭୋରୁ ଭୋରୁ ଏହି ଅଘଟଣ ଘଟିଛି।  ମୃତା ମହିଳା ହେଲେ ସୀତାମଣୀ ମୁର୍ମୂ (୫୫)।  ଗତକାଲି ରାତିରେ କୁମୁସପୁରା ଗାଁରେ ଝାଡଖଣ୍ଡି ହାତୀପଲ ପଶିଥିଲେ। ଭୟଭୀତ ହୋଇ ଗାଁ ଲୋକେ ଘରଦ୍ୱାର ଛାଡ଼ି ପଳାଇଥିବା ବେଳେ ଏକା ସୀତାମଣୀ ଘରେ ରହିଥିଲେ।

ଆଜି ଭୋରୁ ଭୋରୁ ହାତୀ ପଲ ସୀତାମଣୀଙ୍କ ଘର ଭାଙ୍ଗିବା ସହ ତାଙ୍କୁ ପାଦରେ ଦଳି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା। ଗାଁ ଲୋକେ ଫେରିବା ପରେ ଏହା ଦେଖି  ବେନତନଟୀ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀ ପହଞ୍ଚି ଶବ ବ୍ୟବଚ୍ଛେଦ ଲାଗି ପଠାଇଛନ୍ତି।



from Odisha Reporter https://ift.tt/2Dh2jsy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages