ମହଙ୍ଗା ପଡ଼ିଲା ଭୂତ ଛଡ଼ାଇବା ପ୍ରୟାସ; ଗିରଫ ହେଲେ ଗୁଣିଆ ଦମ୍ପତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 13, 2019

ମହଙ୍ଗା ପଡ଼ିଲା ଭୂତ ଛଡ଼ାଇବା ପ୍ରୟାସ; ଗିରଫ ହେଲେ ଗୁଣିଆ ଦମ୍ପତି

ଜଳେଶ୍ୱର(ଅଜିତ ଦାସ): ବାଲେଶ୍ୱର ଜିଲ୍ଲା ରାଣୀଗୁଡ଼ା ଗାଁରେ ଜଣେ ବାଳକକୁ ଗୁଣିଆ ନିର୍ଘାତ ମାଡ଼ ମାରିବା ଘଟଣାରେ ତତ୍ପରତା ଦେଖାଇଛି ପୁଲିସ୍। ଏଥିରେ ସମ୍ପୃକ୍ତ ଗୁଣିଆ ଦମ୍ପତିଙ୍କୁ କମର୍ଦ୍ଦା ପୋଲିସ୍ ଗିରଫ କରିଛି। ଗିରଫ ପରେ ତାଙ୍କୁ ଅଧିକ ପଚରାଉଚରା କରାଯାଉଛି।

ଗତକାଲି ଭୂତ ଛଡ଼ାଇବା ନାଁରେ ଜଣେ ବାଳକକୁ ଗୁଣିଆ ନିର୍ଘାତ ମାଡ଼ ମାରିଥିଲେ। ଯାହାର ଭିଡ଼ିଓ ଭାଇରାଲ୍ ହୋଇଥିଲା। ବାଡ଼ି ଏବଂ କଣ୍ଟା ଗଛରେ ନିର୍ଧୂମ ପିଟିବା ସହ ଚପଲ ଖୁଆଇଥିଲେ ଗୁଣିଆଜଣଙ୍କ।

ସୂଚନା ଅନୁଯାୟୀ, ମହାଗବ ଗାଁର ନିତାଇ ସାମଲଙ୍କ ୭/୮ ବର୍ଷର ପୁଅ ଦେହ କିଛି ଦିନ ହେବ ଅସୁସ୍ଥ ରହୁଥିଲା। ଭୂତ ସନ୍ଦେହରେ ପରିବାର ଲୋକେ କମର୍ଦ୍ଦା ଥାନା ରାଣୀଗୁଡ଼ାର ଗୁଣିଆ ପାଖକୁ ପୁଅକୁ ନେଇଥିଲେ।  ଭୂତ ଛଡ଼ାଇବା ନାଁରେ  ଗୁଣିଆ ଦମ୍ପତି ପିଲାଟିକୁ ନିର୍ଧୂମ ପିଟିଥିଲେ। ପ୍ରବଳ ମାଡ଼ ଯୋଗୁ ପିଲାଟି ଏବେ ଗୁରୁତର ହୋଇ ପଡ଼ିଥିଲା। ତେବେ ଏହି ଘଟଣାକୁ ନେଇ ଉତ୍ତେଜନା ସୃଷ୍ଟି ହେବାରୁ ମୁଖ୍ୟ ଗୁଣିଆ ଅଜୟ ରାଉଳ ଫେରାର ହୋଇଯାଇଥିଲା।



from Odisha Reporter https://ift.tt/372FZRd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages