କାମ୍ପା ଫଣ୍ଡରୁ ଓଡ଼ିଶାକୁ ସର୍ବାଧିକ ଟଙ୍କା ଦେଲା କେନ୍ଦ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 30, 2019

କାମ୍ପା ଫଣ୍ଡରୁ ଓଡ଼ିଶାକୁ ସର୍ବାଧିକ ଟଙ୍କା ଦେଲା କେନ୍ଦ୍ର

ନୂଆଦିଲ୍ଲୀ: ରାଜ୍ୟରେ ପୁନଃ ବନୀକରଣ ଓ ପରିବେଶକୁ ସବୁଜ ସୁନ୍ଦର କରିବା ପାଇଁ କେନ୍ଦ୍ର ରାଜ୍ୟ ମାନଙ୍କୁ ଜାତୀୟ କ୍ଷତିପୂରକ ବନୀକରଣ ଜମା ପାଣ୍ଠିରୁ (କାମ୍ପା) ଟଙ୍କା ଦେଇଛି। ମୋଟ୍ ୪୭ ହଜାର କୋଟି ଟଙ୍କାରୁ ଓଡ଼ିଶାକୁ ସର୍ବାଧିକ ଟଙ୍କା ଦେଇଛି କେନ୍ଦ୍ର। ଅଗଷ୍ଟ ୨୯ରେ ଏହି ଟଙ୍କା ସମସ୍ତ ରାଜ୍ୟର ପରିବେଶ ମନ୍ତ୍ରଣାଳୟକୁ ଦିଆଯାଇଛି।

ସର୍ବାଧିକ ଟଙ୍କା ପାଇଥିବା ୧୦ଟି ରାଜ୍ୟ ହେଲେ ପର୍ଯ୍ୟାୟ କ୍ରମେ ପ୍ରଥମେ ଓଡ଼ିଶା ୫, ୯୩୩ କୋଟି ଟଙ୍କା, ଛତିଶଗଡକୁ ୫,୯୭୧ କୋଟି ଟଙ୍କା, ମଧ୍ୟପ୍ରଦେଶକୁ ୫, ୧୯୬ କୋଟି, ମହାରାଷ୍ଟ୍ର (୩,୮୪୪ କୋଟି), ତେଲେଙ୍ଗାନା (୩,୧୧୦ କୋଟି), ଉତ୍ତରାଖଣ୍ଡ (୨,୬୭୫ କୋଟି), ଉତ୍ତର ପ୍ରଦେଶ (୧,୮୧୯ କୋଟି), ରାଜସ୍ଥାନ (୧,୭୪୮ କୋଟି) ଏବଂ ଆନ୍ଧ୍ର ପ୍ରଦେଶ (୧,୭୩୪ କୋଟି)।

କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି, ମୋଟ୍ ୪୭ ହଜାର କୋଟି ଟଙ୍କା କାମ୍ପା ଫଣ୍ଡରୁ ରାଜ୍ୟ ମାନଙ୍କୁ ଦିଆଯାଇଛି। ସରକାରଙ୍କ ‘ଗ୍ରୀନ ଇଣ୍ଡିଆ’ ଗଢ଼ିବାରେ ଏହି ଟଙ୍କା ନିବେଶ ହେବ ବୋଲି ସେ କହିଛନ୍ତି। ଏହି ଘୋଷଣା କରିବା ପୂର୍ବରୁ ଜାଭଡେକର ଏହି ଟଙ୍କାର ବ୍ୟବହାର କିଭଳି ହେବ ସେ ନେଇ ବୈଠକ କରିଥିଲେ।

ଗତ ଦୁଇ ବର୍ଷ ମଧ୍ୟରେ ଓଡ଼ିଶାରେ ୮୮୫ ବର୍ଗ କିଲୋମିଟର ଜଙ୍ଗଲ ବଢ଼ିଥିବା ବେଳେ ରାଜ୍ୟକୁ ସର୍ବାଧିକ କାମ୍ପା ଫଣ୍ଡ ୫୯୩୩ କୋଟି ୯୮ ଲକ୍ଷ ଟଙ୍କା ମିଳିଛି । ଏହି ଅନୁଦାନ ରାଜ୍ୟରେ ପୁନଃ ବନୀକରଣ ଓ ପରିବେଶକୁ ସବୁଜ ସୁନ୍ଦର କରିବାରେ ବିଶେଷ ସହାୟକ ବୋଲି ଜଣାପଡ଼ିଛି।

୨୦୦୯-୧୦ରୁ ୨୦୧୭-୧୮ ମସିହା ମଧ୍ୟରେ କାମ୍ପା ଯୋଜନାରେ ଓଡ଼ିଶାକୁ ମୋଟ ୨୬୪୪କୋଟି ଟଙ୍କା ମିଳିଛି। ଏଥିରୁ ୨୬୦୭କୋଟି ଟଙ୍କା ଓଡ଼ିଶା ଖର୍ଚ୍ଚ କରିଥିବା ସୂଚନା ରହିଛି।



from Odisha Reporter https://ift.tt/2P1pHjd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages