ପାଉଁଶ ହୋଇଗଲା ତିନୋଟି ପରିବାରର ଘର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 9, 2019

ପାଉଁଶ ହୋଇଗଲା ତିନୋଟି ପରିବାରର ଘର

ଭଦ୍ରକ (ପାର୍ଥ ସାରଥୀ ନାୟକ): ଭଦ୍ରକ ଜିଲ୍ଲା ଧାମନଗର ଏନ୍‌ଏସି ଅନ୍ତର୍ଗତ କାକଂରା ଗାଁରେ ଗତକାଲି ବିଳମ୍ୱିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗାଁର ତିନୋଟି ପରିବାରର ୭ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଏଥିସହ ଗୋଟିଏ ଗାଈ ମଧ୍ୟ ପୋଡ଼ି ଗୁରୁତର ହୋଇଛି।

ସୂଚନା ଅନୁଯାୟୀ, ଗାଁର ସୁଦାମ ପାତ୍ର, ସୂର୍ଯ୍ୟମଣି ପାତ୍ର ଓ ନିରଞ୍ଜନ ପାତ୍ରଙ୍କ ଘରେ ନିଆଁ ଲାଗିଯାଇଥିଲା। ଫଳରେ ଘରେ ଥିବା ଆସବାବପତ୍ର ସହିତ ଧାନ, ଚାଉଳ ଓ ଲକ୍ଷାଧିକ ଟଙ୍କାର ସୁନା ଗହଣା ପୋଡ଼ି ନଷ୍ଟ ହୋଇଯାଇଛି।

ଖବର ପାଇ ଧାମନଗରରୁ ଅଗ୍ନିଶମ କର୍ମଚରୀମାନେ ଆସି ନିଆଁକୁ ଆୟତ୍ତ କରିଥିଲେ। ହେଲେ ସେତେବେଳେକୁ ସବୁ ପୋଡ଼ି ପାଉଁଶ ହୋଇସାରିଥିଲା। ଵିଦ୍ୟୁତ୍‌ ସଟ୍‌ସର୍କିଟ୍‌ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି।



from Odisha Reporter https://ift.tt/36JPtAJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages