ସରକାର ଗଢ଼ିବା ପାଇଁ ଶିବସେନା ପ୍ରସ୍ତୁତ: ସଞ୍ଜୟ ରାଉତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 9, 2019

ସରକାର ଗଢ଼ିବା ପାଇଁ ଶିବସେନା ପ୍ରସ୍ତୁତ: ସଞ୍ଜୟ ରାଉତ

ମୁମ୍ୱାଇ: ମହାରାଷ୍ଟ୍ରରେ ସରକାର ଗଢ଼ିବା ନେଇ ଦୁଇ ସହଯୋଗୀ ବିଜେପି-ଶିବସେନା ମଧ୍ୟରେ ବିବାଦ ଜାରି ରହିଛି। ଆଜି ଶିବସେନାର ମୁଖପାତ୍ର ସଞ୍ଜୟ ରାଉତ ପୁଣି ଥରେ ବିଜେପି ବିରୋଧରେ ବର୍ଷିଛନ୍ତି। ଶିବସେନା ସରକାର ଗଢ଼ିବା ପାଇଁ ପ୍ରସ୍ତୁତ ଅଛି ବୋଲି ସେ କହିଛନ୍ତି। କଂଗ୍ରେସ ଓ ଶିବସେନାର ରାଜନୀତିକ ଚିନ୍ତାଧାରାରେ ମତ ପାର୍ଥକ୍ୟ ରହିପାରେ, ହେଲେ ରାଜ୍ୟର ଶତ୍ରୁ କଂଗ୍ରେସ ନୁହେଁ ବୋଲି ସଞ୍ଜୟ ରାଉତ କହିଛନ୍ତି। ଯାହାକି, ବିରୋଧୀ ଦଳ ସହ ମିଶି ଶିବସେନା ମେଣ୍ଟ କରି ସରକାର ଗଢ଼ିବା ପାଇଁ ପୁଣି ଥରେ ଇଙ୍ଗୀତ କରିଛି।

ଦଳର ମୁଖପାତ୍ର ଆହୁରି କହିଛନ୍ତି, ରାଜ୍ୟପାଳ ସର୍ବାଧିକ ଆସନ ଜିତିଥିବା ଦଳ ବିଜେପିକୁ ସରକାର ଗଢ଼ିବା ପାଇଁ ଡ଼ାକିଛନ୍ତି। ଆସନ୍ତାକାଲି ସୁଦ୍ଧା ବିଜେପି ନିଜର ପକ୍ଷ ରଖିବ ରାଜ୍ୟପାଳଙ୍କ ପାଖରେ। ଯେହେତୁ ବିଜେପି ଅଧିକ ଆସନ ଜିତିଛି, ତେଣୁ ସେ ହିଁ ପ୍ରଥମେ ସରକାର ଗଢ଼ିବା ପାଇଁ ପ୍ରୟାସ କରିବା ଦରକାର। ଅନେକ ରାଜ୍ୟରେ ବିଜେପି କମ୍ ଆସନରେ ଜିତି ସରକାର ଗଢ଼ିବାରେ ସକ୍ଷମ ହୋଇଥିବା ବେଳେ ମହାରାଷ୍ଟ୍ରରେ ସରକାର ଗଢ଼ିବା ନେଇ ବିଜେପି କାହିଁକି ପଛଘୁଞ୍ଚା ଦେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି।

ସୂଚନାଯୋଗ୍ୟ, ୯ ତାରିଖରେ ବିଧାନସଭା କାର୍ଯ୍ୟକାଳ ଶେଷ ହୋଇଛି। ଏଯାଏ କେହି ସରକାର ଗଢ଼ିବା ପାଇଁ ଦାବି କରି ନାହାନ୍ତି। ଶିବସେନା ନେତୃତ୍ୱରେ କଂଗ୍ରେସ ସାମିଲ ହେବ କି ନାହିଁ ଏଯାଏ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିନି। ହେଲେ ରାଜ୍ୟରେ କଂଗ୍ରେସର ସହଯୋଗୀ ଦଳ ଏନସିପି। ଶିବସେନା ସହ ସରକାରରେ ସାମିଲ ହେବ କି ନାହିଁ ପ୍ରସଙ୍ଗରେ ଦଳର ସୁପ୍ରିମୋ ଶରଦ ପାଓ୍ୱାର କହିଥିଲେ, ମରାଠିବାସୀ ବିରୋଧୀ ଆସନରେ ବସିବାକୁ ଏନସିପିକୁ ସୁଯୋଗ ଦେଇଛନ୍ତି। ତେଣୁ ସେ ସରକାରରେ ସାମିଲ୍ ହେବନି।

ଅନ୍ୟପଟେ ବିଜେପିକୁ କ୍ଷମତାଚ୍ୟୁତ କରିବା ପାଇଁ ଯଦି କଂଗ୍ରେସ ଶିବସେନାକୁ ସମର୍ଥନ କରେ ତା’ହେଲେ ସହଯୋଗୀ ଏନସିପି ନିଜ ନିଷ୍ପତ୍ତିରେ ପରିବର୍ତ୍ତନ କରିବ ନା ଅଟଳ ରହିବ ତା’ ଉପରେ ଏବେ ନଜର। କାରଣ ଶିବସେନାକୁ ଏକାକୀ କଂଗ୍ରେସ ଓ ଅନ୍ୟାନ୍ୟ ଦଳ ଓ ସ୍ୱାଧୀନ ପ୍ରାର୍ଥୀ ସମର୍ଥନ କରିଦେଲେ ମଧ୍ୟ ଶିବସେନା ସରକାର ଗଢ଼ିବା ସମ୍ଭବ ନୁହେଁ।



from Odisha Reporter https://ift.tt/34QCV8V

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages