ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଦେଖାଦେଇଥିବା ରାଜନୀତିକ ‘ନାଟକ’କୁ ନେଇ ଶୁଣାଣି କରୁଛନ୍ତି ସୁପ୍ରିମକୋର୍ଟ। ଶୁଣାଣି ପୂର୍ବରୁ ବିଜେପିକୁ ସରକାର ଗଢ଼ିବା ପାଇଁ ରାଜ୍ୟପାଳ ଦେଇଥିବା ଆମନ୍ତ୍ରଣ ପତ୍ରକୁ ସୁପ୍ରିମକୋର୍ଟରେ ଦାଖଲ କରିଥିଲେ ସୋଲିଟର ଜେନେରାଲ ତୁଷାର ମେହଟା। ତେବେ ଏହି ଚିଠିକୁ ସୁପ୍ରିମକୋର୍ଟ ନିଜେ ପଢ଼ି ପାରୁନଥିବା କହିଛନ୍ତି। ଜବାବରେ ସୋଲିଟର ଜେନେରାଲ କହିଛନ୍ତି, ରାଜଭବନ ଅଧିକାରୀଙ୍କ ଦ୍ୱାରା ଲେଖା ହୋଇଛି ଚିଠି। ଏହାପରେ ସୋଲିଟର ଜେନେରାଲ କୋର୍ଟରେ ରାଜ୍ୟପାଳଙ୍କ ଚିଠି ପଢ଼ିଥିଲେ, ବିଜେପି, ଅଜିତ ପାଓ୍ୱାର ଏବଂ ନିର୍ଦ୍ଦଳୀୟ ବିଧାୟକଙ୍କ ସମର୍ଥନ ପତ୍ର ଅନୁଯାୟୀ ରାଜ୍ୟପାଳ ବିଜେପିକୁ ସରକାର ଗଢ଼ିବା ପାଇଁ ଆମନ୍ତ୍ରଣ କରିଥିଲେ। ବିଜେପି ୧୭୦ ବିଧାୟକଙ୍କ ସମର୍ଥନ ପତ୍ର ଜାରି କରିବାରୁ ରାଜ୍ୟପାଳ ବିବେକ ଦୃଷ୍ଟିରୁ ସରକାର ଗଢ଼ିବା ପାଇଁ ସୁଯୋଗ ଦେଇଥିଲେ ବୋଲି ତୁଷାର ମେହେଟା ଖଣ୍ଡପୀଠ ଜଷ୍ଚିସ ଏନଭି ରମନ, ଜଷ୍ଟିସ ସଞ୍ଜୀବ ଖାନ୍ନା, ଜଷ୍ଟିସ ଅଶୋକ ଭୂଷଣଙ୍କ ଆଗରେ ପଢ଼ି ଶୁଣାଇଛନ୍ତି।
ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସଙ୍କ ତରଫରୁ ଆଇନୀଜୀବୀ ମୁକୁଲ ରୋହତଗୀଙ୍କ ତରଫରୁ ପକ୍ଷ ରଖି କହିଥିଲେ, ଅଜିତ ପାଓ୍ୱାର ଏନସିପିର ବିଧାୟକ ଦଳ ନେତା ଭାବରେ ୫୪ ବିଧାୟକଙ୍କ ସମର୍ଥନ ପତ୍ର ଦେଇଥିଲେ। ଆସ୍ଥା ଭୋଟ ପାଇଁ ସୁପ୍ରିମକୋର୍ଟ ରାଜ୍ୟପାଳଙ୍କୁ ନିର୍ଦ୍ଦେଶ ଦେଇ ପାରିବେ ନାହିଁ। ପ୍ରଥମେ ପ୍ରୋଟେମ ସ୍ପିକର ନିଯୁକ୍ତି ହେବ ଏହାପରେ ବିଧାୟକମାନେ ଶପଥ ନେଲା ପରେ ବିଧାନସଭାରେ ଫଡ଼ନାଭିସ ସରକାର ଆସ୍ଥା ଭୋଟର ସମ୍ମୁଖୀନ ହେବେ ବୋଲି ସେ କହିଛନ୍ତି। ତେବେ ଅନେକ କ୍ଷେତ୍ରରେ ବହୁମତ ସାବ୍ୟସ୍ତ କରିବା ପାଇଁ ୨୪ ଘଣ୍ଟା ମଧ୍ୟରେ ଆସ୍ଥା ଭୋଟ ହୋଇଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି।
ସେହିପରି ସୋଲିଟର ଜେନେରାଲ କହିଛନ୍ତି, ବିଧାନସଭାର ଏଜେଣ୍ଡା କ’ଣ ସୁପ୍ରିମକୋର୍ଟ ସ୍ଥିର କରିବେ ବୋଲି ପ୍ରଶ୍ନ କରିଛନ୍ତି। ଆସ୍ଥା ଭୋଟ ପାଇଁ ଅଧିକ ସମୟର ଆବଶ୍ୟକ ରହିଛି ବୋଲି ସୋଲିଟର ଜେନେରାଲ କହିଛନ୍ତି।
ମହାରାଷ୍ଟ୍ରରେ ଶନିବାର ବିଜେପି ସରକାର ଗଢ଼ିଛି। ଏହାକୁ ଅସାମ୍ୱିଧାନିକ କହି ଶିବସେନା-ଏନସିପି-କଂଗ୍ରେସ ସୁପ୍ରିମକୋର୍ଟରେ ରିଟ୍ ପିଟିସନ ଆବେଦନ କରିଥିଲେ। ଗତକାଲି ଛୁଟି ଦିନ ଥିଲେ ମଧ୍ୟ ଖଣ୍ଡପୀଠ ଶୁଣାଣି କରି ଆବଶ୍ୟକ ଦସ୍ତାବିଜ ଦାଖଲ କରିବାକୁ ସୋଲିଟର ଜେନେରାଲଙ୍କୁ ନିର୍ଦ୍ଦେଶ ଦେଇଥିଲେ।
from Odisha Reporter https://ift.tt/2OhtF8f
No comments:
Post a Comment