ବ୍ରହ୍ମପୁର(ଅଶୋକ ବ୍ରହ୍ମା): ସ୍କୁଲରେ ପାଣି ପିଇବାକୁ ବାଜିବ ପାଣିପିଆ ଘଣ୍ଟା। ଛାତ୍ରଛାତ୍ରୀଙ୍କୁ ପାଣି ପିଇବା ପ୍ରତି ସଚେତନ କରିବାକୁ ଆଜିଠାରୁ ଗଞ୍ଜାମ ଜିଲ୍ଲାରେ ‘ପାଣି ପିଅନ୍ତୁ ସୁସ୍ଥ ରହନ୍ତୁ’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଜିଲ୍ଲାର ସମସ୍ତ ସ୍କୁଲରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଛାତ୍ରଛାତ୍ରୀ ଦିନକୁ ୩ ଥର ପାଣି ପିଇବାକୁ ସ୍କୁଲରେ ବାଜିବ ପାଣି ପିଆ ଘଣ୍ଟା। ଦିନ ୧୧ଟା ୪୦, ୧ଟା ୩୦ ଏବଂ ୩ଟା ୧୫ ମିନିଟରେ ଏହି ବେଲ୍ ବାଜିବ। ଶନିବାର ଦିନ ଯେଉଁସବୁ ସ୍କୁଲ ସକାଳୁ ଆରମ୍ଭ ହେଉଥିବ ସେହି ଦିନ ସକାଳ ୮ଟା, ୯ଟା ଏବଂ ୧୦ଟା ୫୦ମିନିଟରେ ଏହି ବେଲ୍ ବାଜିବ। ୫ ମିନିଟ୍ ରହିବ ଏହି ପାଣି ପିଇବା ସମୟ।
ଛାତ୍ରଛାତ୍ରୀମାନେ ଆଣିଥିବା ପାଣି ବୋତଲ କିମ୍ବା ସ୍କୁଲରେ ଉପଲବ୍ଧ ଥିବା ପାଣି ପିଇ ପାରିବେ। ଦିନକୁ ୩ ଥର ପାଣି ପିଇବାକୁ ବାଜିବ ଏହି ପାଣି ପିଆ ଘଣ୍ଟା। ପାଣି କମ୍ ପିଉଥିବାରୁ ଛାତ୍ରଛାତ୍ରୀ ଜଳାଭାବ, ଜ୍ୱର ଓ ସଂକ୍ରମଣଜନିତ ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ଏ ସମସ୍ତ ରୋଗରୁ ଦୂର କରିବାକୁ ଛାତ୍ରଛାତ୍ରୀଙ୍କୁ ପାଣି ପିଇବା ପ୍ରତି ସଚେତନ କରିବାକୁ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି ଜିଲ୍ଲାପାଳ। ରାଜ୍ୟରେ ପ୍ରଥମକରି ଗଞ୍ଜାମ ଜିଲ୍ଲାରେ ଏଭଳି ଅଭିନବ କାର୍ଯ୍ୟକ୍ରମ ଜିଲ୍ଲାପାଳ ଆରମ୍ଭ କରିଛନ୍ତି।
from Odisha Reporter https://ift.tt/2Ojp1GR
No comments:
Post a Comment