‘ପାକିସ୍ତାନର ହିରୋ’ ଥିଲା ଲାଡେନ୍‌: ମୁସାରଫ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 13, 2019

‘ପାକିସ୍ତାନର ହିରୋ’ ଥିଲା ଲାଡେନ୍‌: ମୁସାରଫ୍

ଇସ୍‌ଲାମାବାଦ୍: ସାରା ବିଶ୍ୱ ଆତଙ୍କବାଦ ବିରୋଧରେ ଲଢ଼ୁଥିବାବେଳେ ପାକିସ୍ତାନକୁ ଆତଙ୍କବାଦୀଙ୍କ ଭୂସ୍ୱର୍ଗ ବୋଲି ପ୍ରମାଣିତ କରିଛନ୍ତି ଏହି ଦେଶର ପୂର୍ବତନ ରାଷ୍ଟ୍ରପତି ପର୍ଭେଜ୍‌ ମୁସାରଫ। ଏକ ଗଣମାଧ୍ୟମ ସାକ୍ଷାତକାରରେ ସେ କହିଛନ୍ତି କଶ୍ମିରୀମାନଙ୍କୁ ଭାରାତୀୟ ସେନା ବିରୋଧରେ ଲଢ଼ିବା ପାଇଁ ପାକିସ୍ତାନରେ ମୁଜାହିଦ୍ଦୀନ୍‌ ହେବାକୁ ତାଲିମ୍‌ ଦିଆଯାଉଥିଲା। ସେ ଜିହାଦୀ ଆତଙ୍କବାଦୀମାନଙ୍କୁ ପାକିସ୍ତାନର ହିରୋ କହିବାକୁ ମଧ୍ୟ ପଛାଇନାହାନ୍ତି। ସେ କହିଛନ୍ତି ଓସାମା ବିନ୍‌ ଲାଡେନ୍‌, ଆୟମାନ୍‌ ଅଲ୍‌ ଜୱାହିରି, ଜଲ୍ଲାଉଦ୍ଦିନ୍‌ ହକାନି ଏବଂ ଅନ୍ୟମାନଙ୍କୁ ‘ପାକିସ୍ତାନର ହିରୋ’ କହିବାକୁ ପଛାଇ ନାହାନ୍ତି।

ବୁଧବାର ପାକିସ୍ତାନର ଜଣେ ରାଜନୀତିକ ବ୍ୟକ୍ତି ଫରାହତୁଲ୍ଲା ବାବର ଟ୍ୱିଟରରେ ଏକ ଭିଡିଓ ଜାରି କରିଛନ୍ତି, ଯେଉଁଥିରେ ମୁସାରଫ୍‌ଙ୍କ ସାକ୍ଷାତକାରର ଏକ ଅଂଶ ରହିଛି। ମୁସାରଫ୍‌ ଏଥିରେ କହିଛନ୍ତି, “ପାକିସ୍ତାନ ଆସିଥିବା କଶ୍ମିରୀମାନଙ୍କୁ ହିରୋ ଭଳି ସମ୍ମାନର ସହ ଗ୍ରହଣ କରାଯାଉଥିଲା। ଆମେ ସେମାନଙ୍କୁ ତାଲିମ ଦେବା ସହ ସମର୍ଥନ ଦେଇଆସୁଥିଲୁ। ଆମେ ସେମାନଙ୍କୁ ମୁଜାହିଦ୍ଦୀନ ବୋଲି ବିଚାର କରୁଥିଲୁ ଯେଉଁମାନେ କି ଭାରତୀୟ ସେନା ସହ ଲଢ଼େଇ କରିବାର ଥିଲା। ଏହି ସମୟରେ ଲସ୍କର-ଇ-ତାଏବା ଭଳି ଅନେକ ସଂଗଠନ ମୁଣ୍ଡ ଟେକିଥିଲା। ସେମାନେ (ଜିହାଦୀ)ମାନେ ଆମ ହିରୋ।”


ପାକିସ୍ତାନର ସେନାମୁଖ୍ୟ ଦାୟିତ୍ୱ ତୁଲାଇବା ସାରିଥିବା ମୁସାରଫ ଆହୁରି ମଧ୍ୟ କହିଛନ୍ତି, “୧୯୭୯ ମସିହାରେ ଆମେ ଆଫଗାନିସ୍ତାନରେ ଧାର୍ମିକ ଆତଙ୍କବାଦ ଆରମ୍ଭ କରିଥିଲୁ, ଯାହାକି ପାକିସ୍ତାନ ପାଇଁ ଲାଭବାନ ହେବାର ଥିଲା ଏବଂ ସୋଭିଏତ୍‌କୁ ସେହି ଦେଶରୁ ହଟାଇବା ପାଇଁ ଥିଲା। ଆମେ ସାରା ବିଶ୍ୱରୁ ମୁଜାହିଦ୍ଦୀନ୍‌ ଆଣିଥିଲୁ, ସେମାନଙ୍କୁ ଅସ୍ତ୍ର ଦେବା ସହ ତାଲିମ ମଧ୍ୟ ଦେଇଥିଲୁ। ଆମେ ତାଲିମାନଙ୍କୁ ଟ୍ରେନିଂ ଦେଇ ଆଫଗାନିସ୍ତାନ ପଠାଇଥିଲୁ। ସେମାନେ ଆମ ହିରୋ ଥିଲେ, ହକାନି ଆମ ହିରୋ ଥିଲା, ଲାଡେନ୍‌ ମଧ୍ୟ ହିରୋ ଥିଲା ଏବଂ ଜୱାହିରି ମଧ୍ୟ ଆମ ହିରୋ ଥିଲା। ଏହାପରେ ପୁରା ବିଶ୍ୱର ପରିବେଶ ବଦଳିଲା। ବିଭିନ୍ନ ପ୍ରସଙ୍ଗକୁ ବିଶ୍ୱ ଅଲଗା ନଜରରେ ଦେଖିଲା। ଆମ ହିରୋମାନଙ୍କୁ ଭିଲେନ୍‌ ନଜରରେ ଦେଖାଗଲା।”

ମୁସାରଫଙ୍କ ଏହି ମନ୍ତବ୍ୟ ପାକିସ୍ତାନର ମୁଖା ଖୋଲି ଦେଇଛି। ପାକିସ୍ତାନ କଶ୍ମୀରରେ ମୁଣ୍ଡ ଖେଲାଉନି ବୋଲି କହି ଆସୁଥିବା ମିଛ ଆଉଥରେ ଧରାପଡ଼ିଯାଇଛି। ପାକିସ୍ତାନ ହିଁ ଯେ ଆତଙ୍କବାଦର ପ୍ରାଣକେନ୍ଦ୍ର ଏବଂ ଭୂସ୍ୱର୍ଗ ତାହା ସ୍ପଷ୍ଟ ହୋଇଯାଇଛି।



from Odisha Reporter https://ift.tt/32Iehph

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages