କାର୍କାମାର୍କା ଜଙ୍ଗଲରୁ ନକ୍ସଲ କ୍ୟାମ୍ପ ଠାବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 13, 2019

କାର୍କାମାର୍କା ଜଙ୍ଗଲରୁ ନକ୍ସଲ କ୍ୟାମ୍ପ ଠାବ

ମୁନିଗୁଡ଼ା (ନନ୍ଦ କିଶୋର ପଟ୍ଟନାୟକ):ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ କାର୍କାମାର୍କା ଜଙ୍ଗଲରୁ ନକ୍ସଲ କ୍ୟାମ୍ପ ଠାବ କରାଯାଇଛି। ଯବାନମାନେ ସେଠାରୁ ଏକ  ଲ୍ୟାଣ୍ଡମାଇନ ଜବତ କରି ନିଷ୍କ୍ରିୟ କରିଛନ୍ତି।

କାର୍କାମାର୍କା ଜଙ୍ଗଲରେ ନକ୍ସଲମାନେ ଥିବାକୌଣସି ସୂତ୍ରରୁ ପୁଲିସ୍ ଖବର ପାଇଥିଲା। ଗତକାଲି ଏସ୍‌ଓଜି ଓ ଡିଭିଏଫ୍‌ ଯବାନମାନଙ୍କ ମିଳିତ ଅପରେସନ ବେଳେ ନକ୍ସଲ କ୍ୟାମ୍ପ ଠାବ କରାଯାଇଥିଲା । ନକ୍ସଲମାନେ ସୁରକ୍ଷା ବାହିନୀଙ୍କୁ ଦେଖି ଛତ୍ରଭଙ୍ଗ ଦେଇଥିଲେ।

ମିଳିଥିବା ଖବର ଅନୁସାରେ, ଏହି କ୍ୟାମ୍ପରେ ୧୦ ରୁ ୧୨ ଜଣ ନକ୍ସଲ ଥିବା ଅନୁମାନ କରାଯାଉଛି। କ୍ୟାମ୍ପରୁ ଔଷଧ, ଖାଦ୍ୟ ସାମଗ୍ରୀ, ପୋଷାକ, ଛତା, ପାଣି ବୋତଲ ଓ ୧୦ଟି ପଲିଥିନ ମିଳିଥିବା ଜଣାପଡିଛି। ଅପରେସନ ସାରି ଯବାନମାନେ ସୁରକ୍ଷିତ ଭାବରେ ଫେରିଆସିଥିବା ବେଳେ ପୁଲିସ ପକ୍ଷରୁ ଏନେଇ କୌଣସି ବିଧିବଦ୍ଧ ସୂଚନା ଦିଆଯାଇନାହିଁ।



from Odisha Reporter https://ift.tt/2qb2GSB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages