ଗାଁରେ ବୁଲୁଛି ଭାଲୁ, ଲୋକେ ଆତଙ୍କିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 19, 2019

ଗାଁରେ ବୁଲୁଛି ଭାଲୁ, ଲୋକେ ଆତଙ୍କିତ

ବଲାଙ୍ଗୀର ( ଘଟେଶ୍ୱର ମିଶ୍ର ): ବଲାଙ୍ଗୀର ଜିଲ୍ଲାର ବିଭିନ୍ନ  ଅଞ୍ଚଳରେ କିଛି ଦିନ ହେଲାଣି ଭାଲୁ ଆତଙ୍କ ଦେଖାଦେଇଛି। ସଦର ବ୍ଲକ କୁଡାସିଂହା ଅଞ୍ଚଳରେ ଗୋଟିଏ  ଭାଲୁ ଗାଁ ଭିତରକୁ ପଶି ଆସୁଥିବାରୁ  ଗାଁ ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି। ଭାଲୁଟି ଗାଁ ଆଖପାଖରେ ବୁଲୁଥିବା  ସ୍ଥାନୀୟ ଲୋକଙ୍କ ସୂତ୍ରରୁ ପ୍ରକାଶ।

ସେହିପରି ସଇଁତଲା କନ୍ଧକେଲ ଗାଁରେ ମଧ୍ୟ ଗୋଟିଏ ଭାଲୁ ଚଳପ୍ରଚଳ କରୁଛି। ଭାଲୁଟି ନିକଟସ୍ଥ ଜଙ୍ଗଲକୁ ପଳାଇ ଯାଉଥିବା ବେଳେ ପୁଣି ଗାଁକୁ ପଳାଇ ଆସୁଥିବାରୁ ଲୋକଙ୍କର ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି।

ଏହି ଭାଲୁଟି ଲୋକଙ୍କର କୌଣସି କ୍ଷତି ଘଟାଇ ନ ଥିବା ବେଳେ ଖାଇବାକୁ ଦେଲେ ଖାଉଛି। ଏହାସତ୍ତ୍ୱେ ସତର୍କତା ଅବଲମ୍ବନ କରିବାକୁ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଡିଏଫ୍‌ଓ ପରାମର୍ଶ ଦେଇଛନ୍ତି। କାରଣ ଯେକୌଣସି ମୁହୂର୍ତ୍ତରେ ଭାଲୁ ଆକ୍ରମଣ କରିବାର ଆଶଙ୍କା ରହିଛି। ଅନ୍ୟପଟେ ଭାଲୁଙ୍କ ସୁରକ୍ଷା ଲାଗି ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଥିବା ସୂଚନା ଦେଇଛନ୍ତି ଡିଏଫ୍ଓ।



from Odisha Reporter https://ift.tt/33YAhxL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages