ନିର୍ଣ୍ଣାୟକ ମୋଡ଼ରେ ମହାରାଷ୍ଟ୍ର ନାଟକ: କାଲି ଆସ୍ଥା ଭୋଟର ପରୀକ୍ଷା ଦେବେ ଫଡ଼ନାଭିସ ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 25, 2019

ନିର୍ଣ୍ଣାୟକ ମୋଡ଼ରେ ମହାରାଷ୍ଟ୍ର ନାଟକ: କାଲି ଆସ୍ଥା ଭୋଟର ପରୀକ୍ଷା ଦେବେ ଫଡ଼ନାଭିସ ସରକାର

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ସୃଷ୍ଟି ହୋଇଥିବା ମହାନାଟକ ଏବେ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚି ଯାଇଛି। ନାଟକୀୟ ଘଟଣାକ୍ରମରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବିଜେପି ନେତା ଦେବେନ୍ଦ୍ର ଫଡ଼ନାଭିସ ଆସନ୍ତାକାଲି ବିଧାନସଭାରେ ଆସ୍ଥା ଭୋଟର ସମ୍ମୁଖୀନ ହେବେ। ଆସନ୍ତାକାଲି ସନ୍ଧ୍ୟା ୫ଟା ସୁଦ୍ଧା ଆସ୍ଥା ଭୋଟ ଶେଷ କରିବାକୁ ଆଜି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଫଡ଼ନାଭିସ୍‌ ବିଦ୍ରୋହୀ ଏନସିପି ନେତା ଅଜିତ ପାୱାରଙ୍କୁ ଧରି ଶନିବାର ଭୋର ସମୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହା ବିରୋଧରେ ଓ ତୁରନ୍ତ ଆସ୍ଥା ଭୋଟ ଦାବିରେ ଶିବସେନା-ଏନସିପି ଓ କଂଗ୍ରେସ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ରବିବାର ଓ ସୋମବାର ସୁପ୍ରିମକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ।

ଆଜି ସକାଳ ୧୦.୩୦ରେ କୋର୍ଟ ନଂ୨ରେ ଜଷ୍ଟିସ୍‌ ରମନ୍ନା ରାୟ ଶୁଣାଇ ଥିଲେ। ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ, ଆସନ୍ତାକାଲି ସନ୍ଧ୍ୟା ୫ଟା ସୁଦ୍ଧା ଆସ୍ଥା ଭୋଟ ହେବ। ଆସ୍ଥା ଭୋଟ ସମୟରେ କୌଣସି ପ୍ରକାରର ସିକ୍ରେଟ ବାଲାଟର ବ୍ୟବହାର ହୋଇ ପାରିବ ନାହିଁ। ଫ୍ଲୋର ଟେଷ୍ଟ ସମୟର ପୂରା ଦୃଶ୍ୟ ସିଧାପ୍ରସାରଣ କରାଯିବ। ସେହିପରି ଆସନ୍ତାକାଲି ପ୍ରଥମେ ପ୍ରୋ ଟେମ ବା ଅସ୍ଥାୟୀ ବାଚସ୍ପତି ନିଯୁକ୍ତ ହେବେ। ଏହାପରେ ସେ ହିଁ ନବ ନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ବିଜେପି ଗତକାଲି ୧୭୦ ବିଧାୟକଙ୍କ ସମର୍ଥନ ନିଜ ପାଖରେ ରଖିଛି ବୋଲି ଦାବି କରିଥିଲା। ହେଲେ ଆଜି ଆସ୍ଥା ଭୋଟ ପାଇଁ କୋର୍ଟଙ୍କୁ ଆଉ କିଛି ସମୟ ମାଗିଥିଲା। ହେଲେ କୋର୍ଟ ଏହାକୁ ଅଗ୍ରାହ୍ୟ କରିଦେଇଛନ୍ତି।



from Odisha Reporter https://ift.tt/35B5Ga4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages